ଦେଶରେ କମିଲା କରୋନା ସଂକ୍ରମଣ

ଦେଶରେ କମିଲା କରୋନା ସଂକ୍ରମଣ


ମେଟ୍ରୋ ଟିଭି ବ୍ୟୁରୋ,୨୮/୯. ଦେଶରେ ୨୦୧ ଦିନ ପରେ କମିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍ଜନିତ ମହାମାରୀ ସଂକ୍ରମଣସଂଖ୍ୟା ପ୍ରାୟ ୨୦ ହଜାରରୁ କମ ଥିବା ବେଳେ ମୃତ୍ୟୁସଂଖ୍ୟା ଶହେରୁ ଟିକେ ଅଧିକ ରହିଛି । ଏବେ ୮୭,୦୭,୦୮,୬୩୬ ଲୋକଙ୍କୁ ଟିକା ଦିଆଯାଇଛି।
ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୩,୩୬,୯୭,୫୮୧ ଓ ମୃତ୍ୟୁସଂଖ୍ୟା ୪,୪୭,୩୭୩ରେ ପହଞ୍ଚିଛି । ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୨୬,୦୩୦ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୩,୨୯,୫୮,୦୦୨ରେ ପହଞ୍ଚିଛି। ଞ୍ଜଞ୍ଜଞ୍ଜଞ୍ଜଞ୍ଜ
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୮୭, ୭, ୦୮, ୬୩୬ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଆଯାଇଛି ୧,୦୨,୨୨,୫୨୫ ଡୋଜ୍ ଟିକା।

Leave a Reply

%d bloggers like this: