ଜୋଜିଲା ଟନେଲ୍ ଏସିଆର ସବୁଠୁ ବଡ ସୁଡଙ୍ଗ

ଜୋଜିଲା ଟନେଲ୍ ଏସିଆର ସବୁଠୁ ବଡ ସୁଡଙ୍ଗ

ଜୋଜିଲା ଟନେଲ୍ ଏସିଆର ସବୁଠୁ ବଡ ସୁଡଙ୍ଗ
ମେଟ୍ରୋ ଟିଭି ବ୍ୟୁରୋ , ୨୮/୯ . ଏସିଆର ସବୁଠୁ ବଡ ଟନେଲ୍ ଭାବେ ଜୋଜିଲା ଟନେଲ୍ ସ୍ଥାପନ ହୋଇଛି । ଜାମ୍ମୁ-କଶ୍ମୀରର ଶ୍ରୀନଗର ସହିତ ଲେହ-ଲଦାଖକୁ ସଂଯୋଗ କରୁଥିବା ଏହି ଟନେଲ ଉଭୟ ପ୍ରତିରକ୍ଷା ଓ ଅର୍ଥନୈତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ୱପୂର୍ଣ୍ଣ । ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେଲେ ସୋନମର୍ଗ ଓ କଶ୍ମୀରର ବହୁ ପର‌୍ୟ୍ୟଟନସ୍ଥଳୀ ତଥା ଅମରନାଥ ବର୍ଷତମାମ ପର‌୍ୟ୍ୟଟକଙ୍କ ପାଇଁ ଖୋଲା ରହିବ । କାରଣ ଶୀତଦିନେ ବର୍ଷର ପ୍ରାୟ ୬ ମାସ ଏହି ଅଞ୍ଚଳ ଦେଇ ଯାତାୟତ ସମ୍ଭବ ହେଉନାହିଁ । ଜୋଜିଲା ଗିରି ସମୁଦ୍ର ପତ୍ତନ ଠାରୁ ୧୧ , ୫୭୭ ଫୁଟ୍ ଉଚ୍ଚରେ ଶ୍ରୀନଗର- କାର୍ଗିଲ ରାଜପଥରେ ଅବସ୍ଥିତ ।
ଏହି ଟନେଲ ଯୋଗୁ ଭାରତ-ଚୀନ ଓ ଭାରତ-ପାକିସ୍ତାନ ସୀମା ନିକଟତର ହୋଇଯିବ । ବାଲତାଲରୁ ମିନାମାର୍ଗ ପର‌୍ୟ୍ୟନ୍ତ ଦୂରତା ୪୦ କିଲୋମିଟରରୁ ୧୩ କିଲୋମିଟରକୁ ହ୍ରାସ ପାଇବ ।
ସୂଚନା ଅନୁଯାଇ ,ଆଜି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରି ଏହି ଜୋଜିଲା ଟନେଲର ସମୀକ୍ଷା କରିବେ । ପ୍ରଥମଥର ପାଇଁ କେନ୍ଦ୍ରମନ୍ତ୍ରୀ ୪୩୫ ମିଟର ଟ୍ୱିନ ଟ୍ୟୁବ ଟନେଲ ଦେଇ ଯିବେ । ଜୋଜିଲା ଟନେଲର ଲମ୍ବ ୧୪. ୧୫ କିଲୋମିଟର । ୯.୫ ମିଟର ଚଉଡା ଓ ଉଚ୍ଚତା ୭.୫୭ ମିଟର । ପ୍ରାୟ ୬ ହଜାର କୋଟି ଟଙ୍କାରେ ଏହି ପ୍ରକଳ୍ପର କାମ ହାତକୁ ନେଇଛି ହାଇଦ୍ରାବାଦର ମେଗା ଇଂଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟ୍ରକଚର ଲିମିଟେଡ୍ ।

Leave a Reply

%d bloggers like this: