କଂଗ୍ରେସରେ ମିଶିଲେ ବାମନେତା କହ୍ନେୟା କୁମାର ଓ ଦଳିତ ନେତା ଜିଗ୍ନେସ ମେବାନି

କଂଗ୍ରେସରେ ମିଶିଲେ ବାମନେତା କହ୍ନେୟା କୁମାର ଓ ଦଳିତ ନେତା ଜିଗ୍ନେସ ମେବାନି


ମେଟ୍ରୋ ଟିଭି ବ୍ୟୁରୋ, ୨୮/୯; ବହୁ ଚର୍ଚ୍ଚିତ ଜେଏନୟୁ ଛାତ୍ର ସଂଘର ସଭାପତି ତଥା ବାମପନ୍ଥୀ ନେତା କହ୍ନେୟା କୁମାର ଲାଲ ପାର୍ଟି ସିପିଆଇକୁ ଶେଷ ସଲାମ କରି କଂଗ୍ରେସର ହାତ ଧରିଛି । କହ୍ନେୟା ଙ୍କ ସହିତ ଗୁଜୁରାଟର ଦଳିତ ନେତା ତଥା ସ୍ୱାଧୀନ ବିଧାୟକ ଜିଗ୍ନେସ ମେବାନୀ ମଧ୍ୟ ରାହୁଲ ଗାନ୍ଧୀଙ୍କ ସହ କଥାବାର୍ତ୍ତା ହୋଇ କଂଗ୍ରେସର ସଦସ୍ୟ ପଦ ଗ୍ରହଣ କରିଛନ୍ତି । କହ୍ନେୟା କୁମାର ଗତ ନିର୍ବାଚନରେ ବିହାରରେ ନିର୍ବାଚନ ଲଢି ୪ଲକ୍ଷ ଭୋଟରେ ବିଜେପି ମନ୍ତ୍ରୀ ଗିରିରାଜ ସିଂ ଙ୍କ ଠାରୁ ହାରିଯାଇଥିଲେ । ସେ ଥିଲେ ବାମପନ୍ଥୀ ଦଳର ଫାୟାରବ୍ରାଣ୍ଡ ଯୁବନେତା । ତାଙ୍କ ଭାଷଣରେ ଯୁବପିଢୀ ଉତ୍ସାହିତ ହେଉଥିଲେ । ଏପରିକି ତାଙ୍କୁ ବାମ ଦଳର ପ୍ରଧାନମନ୍ତ୍ରୀ ଭାବେ ଦେଖାଯାଉଥିଲା । କହ୍ନେୟା ବାମ ଦଳ ଛାଡି କଂଗ୍ରେସରେ ମିଶିବାକୁ ନେଇ ବାମପନ୍ଥୀ ନେତାମାନେ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି । ଏହି ପରିସ୍ଥିିତିରେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ ସହିତ ବାମପନ୍ଥୀଙ୍କ ମେଣ୍ଟ କୁ ନେଇ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି ।

Leave a Reply

%d bloggers like this: