କଂଗ୍ରେସରେ ମିଶିଲେ କହ୍ନେୟା, ସିପିଆଇ କାର୍ଯ୍ୟାଳୟରୁ କାଢିନେଲେ ଏସି

କଂଗ୍ରେସରେ ମିଶିଲେ କହ୍ନେୟା, ସିପିଆଇ କାର୍ଯ୍ୟାଳୟରୁ କାଢିନେଲେ ଏସି


ମେଟ୍ରୋ ଟିଭି ବ୍ୟୁରୋ,୨୮/୯; ଜେଏନୟୁ ଛାତ୍ର ସଂଘର ପୂର୍ବତନ ସଭାପତି କହ୍ନେୟା କୁମାର କଂଗ୍ରେସରେ ସାମିଲ ହେବା ନେଇ ଚର୍ଚ୍ଚା ଚାଲିଛି । ଏହା ମଧ୍ୟରେ ଖବର ଆସିଛି ଯେ, ପାଟନା ସ୍ଥିତ ସିପିଆଇର ରାଜ୍ୟ କାର୍ଯ୍ୟାଳୟରେ ନିଜ ରୁମରୁ କହ୍ନେୟା ଏସି କାଢି ନେଇଛନ୍ତି । ତାଙ୍କର ସପିଆଇ ଛାଡିବା ନେଇ ଅନେକ ଦିନ ଧରି ଚର୍ଚ୍ଚା ଜାରି ରହିଥିଲା । ଏବେ ପାର୍ଟି କାର୍ଯ୍ୟାଳୟ ରୁମରୁ ଏସି କାଢି ନେବା ଘଟଣା ଏହା ଆହୁରି ସ୍ପଷ୍ଟ କରି ଦେଉଛି ଯେ, କହ୍ନେୟା ଶୀଘ୍ର ସିପିଆଇ ଛାଡୁଛନ୍ତି । ସପିଆଇ ରାଜ୍ୟ ସମ୍ପାଦକ ରାମନରେଶ ପାଣ୍ଡେ କହିଛନ୍ତି, କେହ୍ନୟା ପାର୍ଟି କାର୍ଯ୍ୟାଳୟରୁ ନିଜର ଏସି ନେଇ ଯାଇଛନ୍ତି ।
ପାର୍ଟି ନେତାଙ୍କଠୁ ନେଇ କାର୍ଯ୍ୟକର୍ତ୍ତା ମଧ୍ୟ କେହ୍ନୟାଙ୍କ କଂଗ୍ରେସରେ ଯୋଗଦାନକୁ ନେଇ ଚର୍ଚ୍ଚା କରୁଛନ୍ତି । କେହ୍ନୟା କୁମାର ଏହି ପ୍ରସଙ୍ଗରେ ମୁହଁ ନଖୋଲିବା କଳ୍ପନାଜଳ୍ପନାକୁ ମଧ୍ୟ ଜୋର୍ କରିଛି । ଗତ ମଙ୍ଗଳବାର ଜେଏନୟୁ ଛାତ୍ର ସଂଘର ପୂର୍ବତନ ସଭାପତି କେହ୍ନୟାଙ୍କୁ ଦିଲ୍ଲୀରେ ପାର୍ଟିର ନେତା ଅପେକ୍ଷା କରି ବସିଥିଲେ । କେହ୍ନେୟା ଆସିବେ ଏବଂ ନିଜର ପ୍ରତିକ୍ରିୟା ରଖିବେ ବୋଲି ପାର୍ଟି ହାଇକମାଣ୍ଡ ଚାହିଁ ରହିଥିଲେ । ହେଲେ କୁମାର ପାର୍ଟି କାର୍ଯ୍ୟାଳୟ ଆସିନଥିଲେ । କେହ୍ନୟାଙ୍କ ଏପରି ଆଭିମୁଖ୍ୟରେ ଦଳ ଅସନ୍ତୋଷ ବ୍ୟକ୍ତ କରିଛି ।

Leave a Reply

%d bloggers like this: