ୱେଡିଂ ଭେନ୍ୟୁ ଦେଖିବାକୁ ଯୋଧପୁରରେ ପହଞ୍ଚିଲେ ରଣବୀର ଏବଂ ଆଲିଆ

ୱେଡିଂ ଭେନ୍ୟୁ ଦେଖିବାକୁ ଯୋଧପୁରରେ ପହଞ୍ଚିଲେ ରଣବୀର ଏବଂ ଆଲିଆ


ମେଟ୍ରୋ ଟିଭି ବ୍ୟୁରୋ, ୨୭/୯; ବଲିଉଡ୍‌ର ହଟ୍ ଓ ସୁନ୍ଦର କପଲ୍ ଭାବେ ରଣବୀର ଏବଂ ଆଲିଆ ଜଣାଶୁଣା । ବର୍ତ୍ତମାନ ସେମାନଙ୍କର କିଛି ଫଟୋ ଭାଇରାଲ ହେବାରେ ଲିଗିଛି, ଯେଉଁଥିରେ କି ଦୁହେଁ ବିବାହ ସ୍ଥାନ ଦେଖିବାକୁ ଯାଇଥିବା ଆଲୋଚନା ହେଉଛି । ଦୁହିଁଙ୍କ ବିବାହର ଆଲୋଚନା କିଛି ସମୟ ପାଇଁ କ୍ରମାଗତ ଭାବରେ ଖୁବ୍ ଜୋରରେ ଚର୍ଚ୍ଚା ଧରିଛି । କିନ୍ତୁ ଉଭୟ ନିଜ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି ଏବଂ ସେମାନଙ୍କର ଅନେକ ଫିଲ୍ମ ଆଗକୁ ଅସୁଛି ।
ନିକଟରେ ଯୋଧପୁରର ବିମାନ ବନ୍ଦର ବାହାରେ ଆଲିଆ ଏବଂ ରଣବିରଙ୍କୁ ସ୍ପଟ୍ କରାଯାଇଥିଲା । ଦୁହିଁଙ୍କର ଏହି ଫଟୋ ଭାଇରାଲ ଭୟାନୀ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେ । ଏହା ଦେଖି ୟୁଜର୍‌ମାନେ ଲେଖିଥିଲେ ଯେ, ସେମାନେ ବିବାହ ସ୍ଥାନ ଦେଖିବାକୁ ଯାଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ପରିବାର ପକ୍ଷରୁ ଏ ବିଷୟରେ କୌଣସି ପ୍ରକାରର ସୂଚନା ପ୍ରକାଶ ପାଇନାହିଁ ।

Leave a Reply

%d bloggers like this: