୧୨ ଫୁଟ ଲମ୍ବା କୁମ୍ଭୀର ପେଟରୁ ମିଳିଲା ୭୧ ବର୍ଷୀୟ ବ୍ୟକ୍ତିଙ୍କ ଅବଶେଷ

୧୨ ଫୁଟ ଲମ୍ବା କୁମ୍ଭୀର ପେଟରୁ ମିଳିଲା ୭୧ ବର୍ଷୀୟ ବ୍ୟକ୍ତିଙ୍କ ଅବଶେଷ


ମେଟ୍ରୋ ଟିଭି ବ୍ୟୁରୋ,୨୭/୯; କୁମ୍ଭୀର କେତେ ଭୟଙ୍କର ତାହା ସମସ୍ତେ ଜାଣିଛନ୍ତି । କୁମ୍ଭୀର ଜୀବଜନ୍ତୁ ଓ ମଣିଷଙ୍କୁ ଜିଅନ୍ତା ଗିଳିଦିଏ । ତେବେ କୁମ୍ଭୀର ପେଟରୁ ଏକ ମଣିଷର ଅବଶେଷ ମିଳିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା । କିନ୍ତୁ ଏହା ସତ । ନିକଟରେ ଏକ କୁମ୍ଭୀର ପେଟରୁ ଜଣେ ନିଖୋଜ ବ୍ୟକ୍ତିଙ୍କ ଅବଶେଷ ମିଳିଛି । ବ୍ୟକ୍ତିଙ୍କ ଅବଶେଷକୁ ନେଇ ଜାଞ୍ଚ ଜାରି ରହିଛି ।
ଆମେରିକାର ନ୍ୟୁ ଓର୍ଲିଏନ୍ସରେ ଗୋଟିଏ କୁମ୍ଭୀର ପେଟରୁ ୭୧ ବର୍ଷୀୟ ବ୍ୟକ୍ତିଙ୍କ ଅବଶେଷ ମିଳିଛିି । ଟିମାଥି ସାଟର୍ଲିଙ୍କୁ ଶେଷଥର ପାଇଁ ଅଗଷ୍ଟ ୩୦ ତାରିଖରେ ଝଡବାତ୍ୟା ସମୟରେ ଦେଖିବାକୁ ମିଳିଥିଲା । ସେତେବେଳେ ନ୍ୟୁ ଓର୍ଲିଏନ୍ସରେ ଇଡା ନାମକ ବାତ୍ୟା ହୋଇଥିଲା ଯାହା ଅନେକ କ୍ଷୟକ୍ଷତି ଘଟାଇଥିଲା । ବାତ୍ୟା ସମୟରେ ଟିମାଥି ଘର ବାହାରକୁ ଯାଇଥିଲେ ଓ ହଠାତ ଗାୟବ ହୋଇଯାଇଥିଲେ । ପରିବାର ଲୋକେ ଆଶଙ୍କା କରୁଥିଲେ ଯେ ବନ୍ୟା ପାଣିରେ ସେ ଭାସି ଯାଇଛନ୍ତି ।
ପ୍ରାୟ ଦୁଇ ସପ୍ତାହରେ ଜଣାପଡିଲା ଯେ ୧୨ ଫୁଟ ଲମ୍ବା ଓ ୨୨୫ କିଲୋ ଓଜନର ଏକ କୁମ୍ଭୀର ମରାଯାଇଛି ଓ ତା ପେଟରୁ ମଣିଷର ଅବଶେଷ ମିଳିଛି । ଅବଶେଷ ଯାଞ୍ଚ ହେବାରୁ ଜଣାପଡିଲା ଯେ, ତାହା ଟିମାଥିଙ୍କ ଅବଶେଷ ଥିଲା ।

Leave a Reply

%d bloggers like this: