ହୀରାକୁଦ ଜଳ ଭଣ୍ଡାରରେ ବନ୍ଦ ହେଲା ସମସ୍ତ ଗେଟ୍‌

ହୀରାକୁଦ ଜଳ ଭଣ୍ଡାରରେ ବନ୍ଦ ହେଲା ସମସ୍ତ ଗେଟ୍‌


ମେଟ୍ରୋ ଟିଭି ବ୍ୟୁରୋ, ୨୭/୯: ସମ୍ବଲପୁର ହୀରାକୁଦ ଜଳଭଣ୍ଡାରରେ ବନ୍ଦ ହେଲା ସମସ୍ତ ଗେଟ୍ । ଜଳଭଣ୍ଡାରରୁ ଜଳ ନିଷ୍କାସନ ବନ୍ଦ କଲା ଜଳସଂପଦ ବିଭାଗ । ଡ୍ୟାମର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ ବର୍ତ୍ତମାନ ଜଳସ୍ତର ୬୨୯.୩୩ ଫୁଟ ଥିବା ନେଇ ଡ୍ୟାମ୍ କତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ସୂଚନା ମୁତାବକ, ରବିବାର ହୀରାକୁଦ ବନ୍ଧରୁ ୬ଟି ଗେଟ୍ ଦେଇ ଜଳ ନିଷ୍କାସନ ଚାଲୁଥିବା ବେଳେ ରବିବାର ରାତି ସାଢେ ୯ଟା ପରେ ୪ଟି ଗେଟ୍ ବନ୍ଦ କରି ଦିଆଯାଇଛି । ୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଥିଲା । ରାତି ୯ଟା ସୁଦ୍ଧା ଜଳସ୍ତର ୬୨୯.୨୩ ଫୁଟ୍ ରହିଥିଲା । ହୀରାକୁଦ ଜଳଭଣ୍ଡାରରେ ଜଳଧାରଣ କ୍ଷମତାକୁ ଦୃଷ୍ଟିରେ ରଖି ସୋମବାର ସକାଳେ ଆଉ ୨ଟି ଗେଟ୍ ବନ୍ଦ କରାଯାଇଥିବା ନେଇ ଜଳସମ୍ପଦ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave a Reply

%d bloggers like this: