ରାଜନୀତିରୁ ସନ୍ନ୍ୟାସ ନେଲେ ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା

ରାଜନୀତିରୁ ସନ୍ନ୍ୟାସ ନେଲେ ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା


ମେଟ୍ରୋ ଟିଭି ବ୍ୟୁରୋ, ୨୭/୯; ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ରବିବାର ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ସେ କଂଗ୍ରେସ ଦଳର ସଦସ୍ୟ ଥିଲେ । ଏନେଇ ପଶ୍ଚିମବଙ୍ଗର କଂଗ୍ରେସକୁ ଏକ ଝଟ୍‌କା ଲାଗିଛି । ଶର୍ମିଷ୍ଠା ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଉଥିବା ନେଇ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ସକ୍ରିୟ ରାଜନୀତିରୁ ବିଦାୟ ନେଉଛି । କିନ୍ତୁ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରେ ରହିବି । କେହି ଯଦି ଦେଶର ସେବା କରିବାକୁ ଚାହେଁ, ତେବେ ଏହାର ବିକଳ୍ପ ମଧ୍ୟ ରହିଛି । ରାଜନୀତି ମୋ ପାଇଁ ନୂଆ ନୁହେଁ । ମୁଁ ଅନ୍ୟ କାମରେ ବ୍ୟସ୍ତ ରହିବାକୁ ଚାହୁଁଛି । ରାଜନୀତି କରିବା ପାଇଁ ଦୃଢ ଇଚ୍ଛା ରହିଛି । ଲାଗୁଛ ମୋ ପାଖରେ ଆଉ ସେ ଇଚ୍ଛା ଶକ୍ତି ନାହିଁ । ଏଥିପାଇଁ ସକ୍ରିୟ ରାଜନୀତିରେ ମୋର ରହିବାର କୌଣସି ଅର୍ଥ ନଥିଲା ।

Leave a Reply

%d bloggers like this: