ପୂଜା ବଜାରକୁ ଆସୁଛି , ଅଜନ୍ତାର ନୂଆ ସୁଜ୍‌

ପୂଜା ବଜାରକୁ ଆସୁଛି , ଅଜନ୍ତାର ନୂଆ ସୁଜ୍‌


ମେଟ୍ରୋ ଟିଭି ବ୍ୟୁରୋ , ୨୭/୯. ବଜାରକୁ ଆସୁଛି ଅଜନ୍ତାର ନୂଆ ସୁଜ୍ । କରୋନା ମହାମାରୀ ଲକ୍ଡାଉନ୍ ଯୋଗୁ କାରଖାନା ଏବଂ ସୋ’ରୁମ୍ ବନ୍ଦ ରହିଥିଲା।
୧୯୫୬ ମସିହାରେ ରବର ପ୍ରୋସେସିଂ ୟୁନିଟରୁ ଆରମ୍ଭ ହୋଇଥିଲା ଅଜନ୍ତା ବ୍ରାଣ୍ଡ୍ । ଜୋତା ନିର୍ମାଣ ପାଇଁ ସାମାଜିକ ଏବଂ ପରିବେଶ ମୂଲ୍ୟ ସହ ପ୍ରଦୂଷଣ ନିୟନ୍ତ୍ରଣକୁ କମ୍ପାନି ସର୍ବାଧିକ ଗୁରୁତ୍ବ ଦେଇଥାଏ । ବର୍ଜ୍ୟବସ୍ତୁର ପୁନଃଚକ୍ରୀକରଣ ଏବଂ କମ୍ ଅଙ୍ଗାରକ ନିର୍ଗମନ କରି ଜୋତା ପ୍ରସ୍ତୁତ କରିଥାଏ।
ଅଜନ୍ତାର ଏମ୍‌ଡି ସାଗ୍‌ନିକ୍ ବଣିକ କହିଛନ୍ତ ଯେ, ତିନି ବର୍ଷ ତଳେ ଆମେ ଇମ୍ପାକ୍ଟୋ ବ୍ରାଣ୍ଡ୍ ଆରମ୍ଭ କରିଛୁ। ନିକଟରେ ଭୁବନେଶ୍ବରରେ ଏହାର ଏକ ଫ୍ଲାଗସିପ୍ ଷ୍ଟୋର ଖୋଲାଯାଇଛି। ଗ୍ରାହକଙ୍କ ଆଦୃତି ଭଲ ରହିଛି। ଆମେ ଅତ୍ୟାଧୁନିକ ପ୍ରଯୁକ୍ତି ବିଶିଷ୍ଟ ଅନ୍ତର୍ଜାତୀୟ ମାନର ଜୋତା ସୁଲଭ ମୂଲ୍ୟରେ ଏହି ବ୍ରାଣ୍ଡ୍ରେ ବିକ୍ରି କରୁଛୁ। ୩ ବର୍ଷ ଭିତରେ ଆମେ ଇମ୍ପାକ୍ଟୋ ବ୍ରାଣ୍ଡ୍ରେ ୪୦ କୋଟିର ବ୍ୟବସାୟ କରିସାରିଛୁ। ଅଜନ୍ତା ଗ୍ରୁପର କାରବାର ୪୦୦ କୋଟି ଟଙ୍କା ଥିବାବେଳେ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୫୦୦ କୋଟି ଟଙ୍କାର ବ୍ୟବସାୟ ଲକ୍ଷ୍ୟ ରଖିଛୁ।ନିକଟରେ ଆମେ ୯୯୯ ଟଙ୍କା ରେଞ୍ଜର ଜୋତା ଇମ୍ପାକ୍ଟୋରେ ବିକ୍ରି କରୁଛୁ। ଏହି ଜୋତା ଅନ୍ୟ କମ୍ପାନିଙ୍କର ୯୯୯୯ ଟଙ୍କା ମୂଲ୍ୟର ଜୋତାକୁ ମାତ୍ ଦେଇପାରୁଛି। ଆମ ଜୋତାରେ ଗ୍ରାହକମାନେ ଅଧିକ ଆରାମ ଏବଂ ସୁରକ୍ଷା ପାଇପାରୁଛନ୍ତି। ନିକଟ ଭବିଷ୍ୟତରେ କମ୍ପାନି କଟକରେ ଏକ ଷ୍ଟୋର ଖୋଲିବା ଯୋଜନା ରଖିଛି କମ୍ପାନୀ ।

Leave a Reply

%d bloggers like this: