ଜୀଅନ୍ତା ବିଷାକ୍ତ ସାପ ଗିଳିଲେ ଯୁବକ

ଜୀଅନ୍ତା ବିଷାକ୍ତ ସାପ ଗିଳିଲେ ଯୁବକ


ମେଟ୍ରୋ ଟିଭି ବ୍ୟୁରୋ, ୨୭/୯; ସାଧାରଣରତଃ, ସାପ ଦେଖିବା ପରେ ଅଧିକାଂଶ ଲୋକଙ୍କ ନିଶ୍ୱାସ ଅଟକିଯାଏ । ସାପକୁ ଦେଖି ମନରେ ଅନେକ ଭୟ ପଶିଯାଇଥାଏ । କିନ୍ତୁ ôôଋଷର ଜଣେ ବ୍ୟକ୍ତି ଯାହା କରିଥିଲେ ତାହା ଅତ୍ୟନ୍ତ ବିପଜ୍ଜନକ ଥିଲା । ଏହି ବ୍ୟକ୍ତି ଜଣକ ଜୀବନ୍ତ ସାପକୁ ଗିଳି ଦେଇଥିଲେ । ଜୀବନ୍ତ ସାପକୁ ଗିଳିବା ଏହି ଷ୍ଟଣ୍ଟଟି ତାଙ୍କୁ ବହୁତ ଭାରି ପଡିଥିଲା । ଏହି ୫୫ ବର୍ଷୀୟ ଚାଷୀ ଜଣକ କିଛି ଚିନ୍ତା ନକରି ଏକ ବିଷାକ୍ତ ସାପକୁ ଗିଳି ଦେଇଥିଲେ ।
ଏହି ଘଟଣାଟି ଋଷିଆର ଅଟେ । ସୂଚନା ଅନୁଯାୟୀ, ଯେତେବେଳେ ଏହି ବ୍ୟକ୍ତି ଜଣକ ସାପକୁ ଚାଷ ଜମିରେ ଦେଖିଲେ, ସେତେବେଳେ ସେ ଏହାକୁ ଗିଳିବା ଆରମ୍ଭ କଲେ । ଭିଡିଓରେ ବ୍ୟକ୍ତି ଜଣଙ୍କୁ ସାପଟିକୁ ଗିଳିବା ପାଇଁ ବହୁତ କଠିନ ପରିଶ୍ରମ କରିବାକୁ ପଡିଥିଲା । ଦୁଇଥର ଚେଷ୍ଟା କରିବା ପରେ ସେ ସାପକୁ ଗିଳିବାରେ ବିଫଳ ହୋଇଥିଲେ । ତୃତୀୟ ଥର ସାପକୁ ଗିଳିବା ସମୟରେ ସାପଟି ତାଙ୍କ ଜିଭକୁ କାମୁଡି ଦେଇଥିଲା । ସେ ସେତେବେଳେ ମଧ୍ୟ ଅଟକି ନଥିଲେ ଏବଂ ପରବର୍ତ୍ତୀ ସମୟରେ ପୁଣି ଥରେ ସାପ ତାଙ୍କୁ କାମୁଡି ଦେଇଥିଲା । ରିପୋର୍ଟ ଅନୁସାରେ, ଏହି ଅଞ୍ଚଳର ସ୍ଥାନୀୟ ଲୋକଙ୍କ ମଧ୍ୟରେ ସାପ ଗିଳିବାର ଅଭ୍ୟାସ ରହିଛି ।

Leave a Reply

%d bloggers like this: