‘ଖତରୋଁ କେ ଖିଲାଡି-୧୧’ ର ୱିନର ହେଲେ ଅର୍ଜୁନ

‘ଖତରୋଁ କେ ଖିଲାଡି-୧୧’ ର ୱିନର ହେଲେ ଅର୍ଜୁନ


ମେଟ୍ରୋ ଟିଭି ବ୍ୟୁରୋ, ୨୭/୯: ଖତରୋ କେ ଖିଲାଡି ଟାଇଟଲ ଜିତିଲେ ଅର୍ଜୁନ ବିଜଲାନି । ରବିବାର ଦିନ ଶୋ ର ଗ୍ରାଣ୍ଡ ଫିନାଲେ ହୋଇଥିଲା । ସମସ୍ତଙ୍କୁ ପଛରେ ପକାଇ ଅଭିନେତା ଅର୍ଜୁନ ବିଜଲାନି ରୋହିତ ଶେଟୀଙ୍କ ସୋ ର ବିଜେତା ହୋଇଛନ୍ତି । ଖତରୋଁ କେ ଖିଲାଡି-୧୧ ଜିତିବାରୁ ଅର୍ଜୁନ ବିଜଲାନିଙ୍କୁ ଟ୍ରଫି, ୨୦ଲକ୍ଷ ଟଙ୍କା ଏବଂ ଏକ ନୂଆ କାର ମଧ୍ୟ ମିଳିଛି ।
ଅର୍ଜୁନଙ୍କ ସହ ପ୍ରତିଦ୍ୱନ୍ଦିତା କରିବା ପାଇଁ ଦିବ୍ୟଙ୍କା ତ୍ରିପାଠୀ ଶେଷ ପର୍ଯ୍ୟନ୍ତ ରହିଥିଲେ । ଦିବ୍ୟଙ୍କା ପ୍ରଥମ ରନର୍ ଅପ୍ ହୋଇଛନ୍ତି । ଅର୍ଜୁନ ଏବଂ ଦିବ୍ୟଙ୍କାଙ୍କ ବ୍ୟତୀତ ସ୍ୱେତା ତିୱାରୀ, ରାହୁଲ ବୈଦ୍ୟ, ବିଶାଲ ଆଦିତ୍ୟ ସିଂ ଏବଂ ବରୁଣ ସୁଦ ରିଆଲିଟି ସୋରେ ଫାଇନାଲିଷ୍ଟ ହୋଇଥିଲେ ।

Leave a Reply

%d bloggers like this: