‘କେଜିଏଫ୍‌-୨’ ଫ୍ୟାନଙ୍କ ପାଇଁ ଖୁସି ଖବର, ରିଲିଜ୍ ଡେଟ୍ ହେଲା ଘୋଷଣା

‘କେଜିଏଫ୍‌-୨’ ଫ୍ୟାନଙ୍କ ପାଇଁ ଖୁସି ଖବର, ରିଲିଜ୍ ଡେଟ୍ ହେଲା ଘୋଷଣା


ମେଟ୍ରୋ ଟିଭି ବ୍ୟୁରୋ,୨୭/୯; ସୁପରଷ୍ଟାର ୟଶଙ୍କ ବହୁ ପ୍ରତୀକ୍ଷିତ ଚଳଚିତ୍ର କେଜିଏଫ୍‌- ୨ ପାଇଁ ଦର୍ଶକ ଖୁବ୍ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏଭଳି ପରିସ୍ଥିତିରେ, ଏହାର ଶେଷ ରିଲିଜ୍ ତାରିଖକୁ ନେଇ ଅପେକ୍ଷା କରିଥିବା କେଜିଏଫ ଦର୍ଶକଙ୍କ ପାଇଁ ଆସିଛି ଖୁସି ଖବର, କାରଣ ଏହି ଚଳଚିତ୍ରର ରିଲିଜ୍ ତାରିଖ ବାହାରିଛି । ଅକ୍ଟୋବର ୨୧ ରୁ ସମସ୍ତ ସିନେମା ହଲ୍ ଖୋଲିବାର ଖବର ସାମ୍ନାକୁ ଆସିବା ମାତ୍ରେ କ୍ରମାଗତ ଭାବରେ ସମସ୍ତ ଚଳଚିତ୍ରର ରିଲିଜ୍ ତାରିଖ ଘୋଷଣା କରାଯାଇଛି ।
ଏହି ପର୍ଯ୍ୟାୟରେ କେଜିଏଫ୍‌-୨ ର ରିଲିଜ୍ ଡେଟ୍ ବାହାରିଯାଇଛି । ଆସନ୍ତା ବର୍ଷ ୧୪ ଏପ୍ରିଲ ୨୦୨୨ରେ କେଜିଏଫ୍ – ୨ ବିଶ୍ୱ ସ୍ତରରେ ରିଲିଜ ହବା ନେଇ ତରନ ଆଦର୍ଶ ଟ୍ୱିଟ୍ କରି ଜଣାଇଛନ୍ତି । ଏହା ସହ ଟିମ୍ ର ନିଷ୍ପତ୍ତି ଅନୁଯାୟୀ ଡେଟ୍ ପରିବର୍ତ୍ତନ ହେବ ନାହିଁ ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, ପ୍ରଶାନ୍ତ ନିଲଙ୍କ ନିର୍ଦ୍ଦେଶିତ ୧୦୦ କୋଟିର ଏହି ଚଳଚିତ୍ର କନ୍ନଡ, ହିନ୍ଦୀ, ତାମିଲ, ତେଲୁଗୁ ଓ ମାଲାୟାଲମରେ ସାରା ବିଶ୍ୱରେ ମୁକ୍ତିଲାଭ କରିବ ।

Leave a Reply

%d bloggers like this: