ଆୟୁଷ୍ମାନ୍ ଭାରତ ଡିଜିଟାଲ୍ ମିଶନ୍‌

ଆୟୁଷ୍ମାନ୍ ଭାରତ ଡିଜିଟାଲ୍ ମିଶନ୍‌


ମେଟ୍ରୋ ଟିଭି ବ୍ୟୁରୋ , ୨୭/୯. ଆଜି ଭିଡିଓ କନଫରେନ୍ସି ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆୟୁଷ୍ମାନ୍ ଭାରତ ଡିଜିଟାଲ୍ ମିଶନ୍‌ର ଶୁଭାରମ୍ଭ କରିଛନ୍ତି । ଏହି ମିଶନ ଅଧୀନରେ ଜନସାଧାରଣଙ୍କୁ ଏକ ୟୁନିକ୍ ଡିଜିଟାଲ୍ ହେଲଥ୍ ଆଇଡି ଯୋଗାଇ ଦିଆଯିବା ବିଗତ ୭ବର୍ଷ ହେବ ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଏହା ଏକ ନୂତନ ପର୍ଯ୍ୟାୟ । ଦେଶବ୍ୟାପୀ ଆୟୁଷ୍ମାନ୍ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ତୃତୀୟ ବାର୍ଷିକ ପାଳନ କରୁଥିବା ବେଳେ ଏହି ନୂତନ ଯୋଜନାର ଶୁଭାରମ୍ଭ ହୋଇଛି ।
ସୂଚନା ଯୋଗ୍ୟ , ୧୪ ଅଙ୍କବିଶିଷ୍ଟ ଏହି ପରିଚୟପତ୍ରରେ ନାଗରିକର ସ୍ୱାସ୍ଥ୍ୟ ଆକାଉଣ୍ଟ ସହ ବିଭିନ୍ନ ପରୀକ୍ଷା , ଦେଖାଇଥିବା ଡାକ୍ତର, ଖାଇଥିବା ଓøଷଧ ଏବଂ ନିଦାନ ଆଦିର ବିବରଣୀ ରହିବ । ପୂର୍ବାହ୍ନ ୧୧ଟାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଯୋଗ ଦେଇଥିଲେ ।

Leave a Reply

%d bloggers like this: