୨୭ରେ ଭାରତ ବନ୍ଦ

୨୭ରେ ଭାରତ ବନ୍ଦ


ମେଟ୍ରୋ ଟିଭି ବ୍ୟୁରୋ , ୨୬/୯. ଆସନ୍ତାକାଲି ଭାରତ ବନ୍ଦ ଡାକରା ଦେଇଛି ସଂଯୁକ୍ତ କୃଷକ ମୋର୍ଚ୍ଚା । କାଲି ସକାଳ ୬ଟାରୁ ୪ଟା ପର୍ଯ୍ୟନ୍ତ ଭାରତ ବନ୍ଦ ପାଳନ କରାଯିବ । ବନ୍ଦକୁ ସଫଳ କରିବା ପାଈ ଓଡିଶା ଟ୍ରେଡ ୟୁନିଅନ ଓ ଗଣ ସଙ୍ଗଠନ ମାନଙ୍କର ମିଳିତ ମଞ୍ଚ ନିବେଦନ କରିଛି । ବନ୍ଦକୁ ସମର୍ଥନ ଦେଇଛି କଂଗେସ୍ । ଅନ୍ୟ ରାଜନୌତିକ ଦଳ ମଧ୍ୟ ବନ୍ଦକୁ ସମର୍ଥନ ଦେଇଛି ।
ସୂଚନା ଅନୁଯାଇ କୃଷି ଆଇନ , ଅତ୍ୟାବଶକ ସାମଗ୍ରୀ ସଂଶୋଧନ ଆଇନ୨୦୨୦ , ପ୍ରାଇଭେଟ ମଣ୍ଡି ଆଇନ ଓ ଚୁକ୍ତିବଦ୍ଧ ଚାଷ ଆଇନ ୨୦୨୦ ପ୍ରତ୍ୟାହାର କରିବାକୁ ଦାବିକୁ ନେଇ ଏହି ଭାରତ ବନ୍ଦ ଡାକରା ଦିଆଯାଇଛି । ଗତବର୍ଷ କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ହୋଇଥିବା ୩ଟି କୃଷି ଆଇନକୁ ବିରୋଧ କରି କୃଷକ ମାନେ ୧୧ ମାସରୁ ଅଧିକ ଧାରଣରେ ବସିଛନ୍ତି ଓ ଅନେକ ଥର ଭାରତ ବନ୍ଦର କରିଛନ୍ତି । ଏହି ସବୁ ସନସ୍ୟାର ସମାଧାନ ପାଇଁ ବହୁବାର ବୌଠକ ହେଇଥିଲେ ବି ଏହାର ସମାଧାନ ମିଳିନି ।
ଭାରତୀୟ ସଂଯୁକ୍ତ କିଷାନ ମୋର୍ଚ୍ଚା ଦ୍ୱାରା ଏହି ବନ୍ଦ ପାଳନ ବେଳେ ହସ୍ପିଟାଲ, ମେଡିସିନ ଷ୍ଟୋର , ଆମ୍ବୁଲାନ୍ସ ସେବା ଓ ମେଡିକାଲ ଚାଲୁ ରହିବ । ସଂଘ ପକ୍ଷରୁ କୁହାଯାଇଛି ଯେ, ପରୀକ୍ଷା ଓ ଇଣ୍ଟରଭ୍ୟୁ ପାଇଁ ଯାଇଥିବା ଛାତ୍ର ଛାତ୍ରୀଙ୍କୁ ରାସ୍ତାରେ ରୋକା ଯିବ ନାହିଁ ।

Leave a Reply

%d bloggers like this: