୧୮୦ କି.ମି ଦ୍ୱରରେ ବାତ୍ୟା ଗୁଲାବ ଗଜପତିରେ ଆରମ୍ବ ହେଲା ପବନ ସହ ବର୍ଷା

୧୮୦ କିମି ଦ୍ୱରରେ ବାତ୍ୟା ଗୁଲାବ ଗଜପତିରେ ଆରମ୍ବ ହେଲା ପବନ ସହ ବର୍ଷା


ମେଟ୍ରୋ ଟିଭି ବ୍ୟୁରୋ, ୨୬/୯ . ସମ୍ଭାବ୍ୟ ବାତ୍ୟା ଗୁଲାବ ଗଜପତି ଜିଲ୍ଲାରେ ଅଧିକ ପ୍ରଭାବ ପକାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ଆଜି ସକାଳୁ ପାଗ କୋହଲା ହେବା ସହ ବର୍ଷା ସହ ପବନ ବଢିବାର ଲାଗିଛି । ବାତ୍ୟାର ମୁକାବିଲା ପାଇଁ ଗଜପତି ଜିଲ୍ଲା ପ୍ରଶାସନ ବ୍ୟାପକ ପ୍ରସ୍ତୁତି କରିଛି । ଓଡ୍ରାଫର ଏକ ୩୦ ଜଣିଆ ଟିମ୍ ପାରଳାଖେମୁଣ୍ଡିର ବେତଗୁଡାଠାରେ ସଜାଗ ଅଛନ୍ତି । ଏନ୍‌ଡିଆରଏଫ୍‌ର ଗୋଟିଏ ଟିମ୍ ଗୋସାଣି ବ୍ଲକରେ ପହଞ୍ଚିଛି ।
ସୂଚନା ଅନୁଯାୟୀ ସକାଳ ପ୍ରାୟ ୧୧ଟା ସୁଦ୍ଧା ୧୭୩୭ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ସେଥି ମଧ୍ୟରୁ ଗୋସାଣି ବ୍ଲକର ୩ଟି ଗ୍ରାମରୁ ୪୦ ଜଣଙ୍କୁ, ଗୁମ୍ମା ବ୍ଲକର ୩ଟି ଗ୍ରାମରୁ ୧୮୫ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । କାଶୀନଗରରୁ ୯୦ଜଣ , ମୋହନା ବ୍ଲକରୁ ୩୫୭ଜଣ , ନୂଆଗଡର ୪ଟି ଗ୍ରାମରୁ ୯୩ଜଣ, ରାୟଗଡ ବ୍ଲକର ୧୪ଟି ଗ୍ରାମରୁ ୮୪୦ଜଣ , ଉଦୟଗିରି ବ୍ଲକର ଦୁଇଟି ଗ୍ରାମରୁ ୩୨ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ପ୍ରଶାସନ ବାତ୍ୟା ପାଇଁ ସଜାଗ ଅଛି ।

Leave a Reply

%d bloggers like this: