ଯୋବ୍ରା ଆନିକଟ ନିକଟରେ ମିଳିଲା ହାତୀର ମୃତଦେହ

ଯୋବ୍ରା ଆନିକଟ ନିକଟରେ ମିଳିଲା ହାତୀର ମୃତଦେହ


ମେଟ୍ରୋ ଟିଭି ବ୍ୟୁରୋ, ୨୬/୯: ମିଳିଲା ନିଖୋଜ ହାତୀର ମୃତ ଦେହ । ମୁଣ୍ଡଳି ବ୍ୟାରେଜରେ ଫସିଥିବା ହାତୀର ମୃତଦେହ ମିଳିଥିବା କୁହାଯାଉଛି । ରବିବାର ସକାଳେ କଟକ ଯୋବ୍ରା ଆନିକଟରୁ ଏକ ହାତୀର ମୃତ ଦେହ ଠାବ ହୋଇଛି । ଯୋବ୍ରା ଆନିକଟ ୨୪ ନମ୍ବର ଗେଟରେ ମୃତଦେହଟି ଲାଗିଛି । ହାତୀର ଗୋଡ ଦେଖାଯାଉଥିବା ପୋଲିସ ସୂତ୍ରରୁ ପ୍ରକାଶ କରାଯାଇଛି । ତେବେ ମୃତ ହାତୀଟି ମୁଣ୍ଡଳୀରୁ ଭାସି ଆସିଥିବା ହାତୀ କି ନୁହେଁ ତାହା ସ୍ପଷ୍ଟ ହୋଇନାହିଁ । ଏନେଇ ତଦନ୍ତ ଜାରି ରହିଛି ।
ସୂଚନାଯୋଗ୍ୟ, ଶୁକ୍ରବାର ହାତୀଟି ମୁଣ୍ଡଳି ବ୍ରିଜ ନିକଟରେ ଫସି ରହିଥିବା ବେଳେ ରାତିରେ ବନ ବିଭାଗ ନିଆଁ ହୁଳା ଦେଖାଇ ହାତୀକୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଚଳାଇଥିଲା । ଜୀବନ ବଞ୍ଚାଇବା ପାଇଁ ମୁଣ୍ଡଳୀ ମହାନଦୀରେ ଦୀର୍ଘ ଘଣ୍ଟା ଜୀବନ ସହ ସଂଘର୍ଷ କରିବା ପରେ ହାତୀଟି ବ୍ରିଜ୍ ତଳକୁ ଭାସିଯାଇଥିଲା ବୋଲି କୁହାଯାଉଥିଲା ।

Leave a Reply

%d bloggers like this: