ମୋଦି ବାହୁଡିଲେ ସ୍ୱଦେଶ, ସାଙ୍ଗରେ ଧରି ଆଣିଛନ୍ତି ୧୫୭ ଉପହାର

ମୋଦି ବାହୁଡିଲେ ସ୍ୱଦେଶ, ସାଙ୍ଗରେ ଧରି ଆଣିଛନ୍ତି ୧୫୭ ଉପହାର


ମେଟ୍ରୋ ଟିଭି ବ୍ୟୁରୋ, ୨୬/୯; ଶେଷ ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ । ନ୍ୟୁୟର୍କରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପରେ ମୋଦି ଏବେ ସ୍ୱଦେଶ ବାହୁଡିଛନ୍ତି । ଅର୍ଥାତ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଭାରତ ଆସିବା ସମୟରେ ସାଙ୍ଗରେ ନେଇ ଆସିଛନ୍ତି ୧୫୭ ଟି ସ୍ୱତନ୍ତ୍ର ଉପହାର ।
ଏହି ଅବସରରେ ମୋଦିଙ୍କୁ ମିଳିଥିବା ଉପହାର ସମୂହ ୧୫୭ ଟି କଳାକୃତି ଏବଂ ପୂରାତନ ମୂର୍ତ୍ତି ଧରି ଆସୁଛନ୍ତି । ଏହି କଳାକୃତି ଗିଡିକୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ତାଙ୍କୁ ଉପହାର ସ୍ୱରୁପ ଭେଟି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତ କାଳରେ ବଡ ବଡ ବ୍ୟବସାୟ ପ୍ରତିନିଧିଙ୍କୁ ଭେଟିଥିଲେ । ସେ ୱାସିଂଟନ ଡିସିରେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହିତ ଦ୍ୱିପାକ୍ଷିକ ବୈଠକରେ ଯୋଗ ଦେଇଥିଲେ ।
ପ୍ରଧାନମନ୍ତ୍ରୀ କ୍ୱାର୍ଡ ସମ୍ମିଳନୀକୁ ମଧ୍ୟ ସଂବୋଧନ କରିଥିଲେ । ସେ ଅଷ୍ଟ୍ରେଲିଆ ଓ ଜାପାନ ସମକ୍ଷକଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ଚର୍ଚ୍ଚା କରିଥିଲେ । ତେବେ ବୈଠକର ମୁଖ୍ୟ ଏଜେଣ୍ଡା ଥିଲା ଆଫଗାନିସ୍ତାନ ଏବଂ ସେଠାକାର ତାଲିବାନ ସରକାର । ତାଲିବାନ ବ୍ୟତୀତ ଚୀନ ବିପକ୍ଷରେ ଆମେରିକା, ଭାରତ, ଅଷ୍ଟ୍ରେଲିଆ ଓ ଜାପାନ କଡା ଅଭିମୁଖ୍ୟ ଗ୍ରହଣ କରିଛନ୍ତି ।

Leave a Reply

%d bloggers like this: