ବିଗ୍ ବସ୍ ଓଟିଟି ର ଲଭ୍ ବାର୍ଡଙ୍କର ଡିନର ଡେଟ୍‌

ବିଗ୍ ବସ୍ ଓଟିଟି ର ଲଭ୍ ବାର୍ଡଙ୍କର ଡିନର ଡେଟ୍‌


ମେଟ୍ରୋ ଟିଭି ବ୍ୟୁରୋ, ୨୬/୯: ପପୁଲାର ରିୟାଲିଟି ଶୋ ବିଗ୍‌ବସ୍‌ରେ ଅନେକ କଳାକାର ଲିଙ୍କ ଅପ୍‌କୁ ନେଇ ଖୁବ୍ ଚର୍ଚ୍ଚାରେ ରହିଥାନ୍ତି । ଏଥର ମଧ୍ୟ ଏପରି ଏକ ଯୋଡିକୁ ଦେଖିବାକୁ ମିଳିଥିଲା । ସେ ହେଉଛନ୍ତି ରାକେଶ ବାପତ ଏବଂ ଶମିତା ଶେଟ୍ଟୀ । ବିଗ୍‌ବସ୍ ଘରୁ ବାହାରିଥିବା ଏହି ଯୋଡି ସେମାନଙ୍କ ସମ୍ପର୍କକୁ ମଜବୁତ କରିବାକୁ ଗମ୍ଭୀର ସମ୍ପର୍କ ଆଡକୁ ଗତି କରୁଛନ୍ତି । ମୁମ୍ବାଇ ସ୍ଥିତ ଏକ ରେଷ୍ଟୁରାଣ୍ଟ ବାହାରେ ରାକେଶ ଏବଂ ଶମିତାଙ୍କୁ ଏକାଠି ଦେଖିବାକୁ ମିଳିଛି । ବିଗ୍ ବସ୍ ରୁ ବାହାରିବା ପରେ ଦୁହେଁ ନିଜ ସମ୍ପର୍କକୁ ସୁଦୃଢ କରିବା ଦିଗରେ ଆଗେଇ ଆସିଛନ୍ତି । ଦୁହିଁଙ୍କୁ ପ୍ରଥମ ଥର ଏକ ଡେଟ୍ ରେ ଦେଖିବାକୁ ମିଳିଛି ।
ବିଗ୍ ବସ୍ ଓଟିଟି ଘରେ ଏହି ଦୁହିଁଙ୍କୁ ଦେଖିବାକୁ ମିଳିଥିଲା । ଏହି କପଲ୍‌ଙ୍କୁ ଦେଖି ଦର୍ଶକ ଖୁବ୍ ମନୋରଞ୍ଜନ ହେଉଥିଲେ । ରାକେଶ ଏବଂ ଶମିତା ଶେଟ୍ଟୀଙ୍କ ଏହି ଭାଇରାଲ ଭିଡିଓରେ ଏହି ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ପ୍ରଶଂସକମାନେ ମଧ୍ୟ ଏହି ଯୋଡିକୁ ଦେଖି ବହୁତ ପସନ୍ଦ କରିଥିଲେ ।

Leave a Reply

%d bloggers like this: