ୟୁପିଏସି ପାସ୍ କଲେ ଜଣେ ଡାକ୍ତର

ୟୁପିଏସି ପାସ୍ କଲେ ଜଣେ ଡାକ୍ତର


ମେଟ୍ରୋ ଟିଭି ବ୍ୟୁରୋ , ୨୫/୯ . ୟୁପିଏସି ପରୀକ୍ଷା ପାସ୍ କରିଛନ୍ତି ଝାରସୁଗୁଡାର ଝିଅ ରୀନା ପ୍ରଧାନ । ସର୍ବ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ୧୯୪ ସ୍ଥାନ ହାସଲ କରି ଓଡିଶା ପାଇଁ ଗର୍ବ ଆଣିଛନ୍ତି ରୀନା । ପେସାରେ ସେ ଜଣେ ଡାକ୍ତର । ୨୦୧୭ରେ ରୀନା ଏମ୍‌ବିବିଏସ ପାସ୍ କରିବା ପରେ ଡାକ୍ତରୀ ପେସାରେ ନବରଙ୍ଗପୁର ଜିଲ୍ଲା ସାନମାଶି ଗାଁ ରେ କାର୍ଯ୍ୟରତ ଅଛନ୍ତି ।
ସୂଚନା ଅନୁଯାୟ ,ସେ ଦୁଇ ଥର ସିଭିଲ ସର୍ଭିସରେ ଯୋଗ ଦେବା ପରେ କୃତକାର୍ଯ୍ୟ ହୋଇ ନଥିଲେ । ତେବେ ୨୦୨୦ ମସିହା ପରୀକ୍ଷାରେ ସେ ପାସ୍ ହେଇଛନ୍ତି । ସେ ଝାରସୁଗୁଡା ଜିଲ୍ଲାର ପ୍ରଥମ ଆଇଏଏସ ବୋଲି କୁହାଯାଉଛି ।

Leave a Reply

%d bloggers like this: