ସ୍ମାର୍ଟ ସଞ୍ଚୟ ବାକ୍ସ

ସ୍ମାର୍ଟ ସଞ୍ଚୟ ବାକ୍ସ


ମେଟ୍ରୋ ଟିଭି ବ୍ୟୁରୋ, ୨୫/୯. ବଜାରରେ ବିଭିନ୍ନ ସଞ୍ଚୟ ବାକ୍ସ ମିଳେ । ଯେଉଁଥିରେ ପିଲା ମାନେ ପଇସା ସଞ୍ଚୟ କରନ୍ତି । ହେଲେ ଜାପାନ ସରକାର ଏପରି ଏକ ବାକ୍ସ ତିଆରି କରିଛନ୍ତି ଯାହା ସ୍ମାର୍ଟ ଯେଉଁଥିରେ ପଇସା ରଖିବାକୁ ପ୍ରତ୍ୟେକ ବାପା ମା ନିଜ ପିଲାକୁ କହୁଛନ୍ତି । ଜାପାନ ବିଦ୍ୟାଳୟରେ ପିଲାମାନଙ୍କର ଅଜଥା ପଇସା ଖର୍ଚ୍ଚକୁ ଲକ୍ଷ କରି ଏପରି ବାକ୍ସ ନିର୍ମାଣ କରା ଯାଇଛି ।
ସୂଚନା ଅନୁଯାୟୀ, ପିଲା ସାଙ୍ଗସାଥି ମେଳରେ ମିଶି ଅଧିକା ଖର୍ଚ୍ଚ କରିବା ସହ ସଞ୍ଚୟ ବାକ୍ସରୁ ନିୟମିତ ଟଙ୍କା ଚୋରି କରିବାକୁ ଲାଗିଲେ । ରୀତିମତି ଏଭଳ ହେବା ସହ ଅଭିଭାବକ ଓ ବିଦ୍ୟାଳୟ କର୍ମଚାରୀ ଚିନ୍ତାରେ ପଡିଲେ । ଏସବୁ ଖରାପ ଅଭ୍ୟାସକୁ ରୋକିବା ପାଇଁ କମ୍ପାନୀ ସ୍ମାର୍ଟ ବାକ୍ସ ନିର୍ମାଣ କରିଛି । ପିଲା ଏଥିରେ ପଇସା ରଖିବା ଓ ବାହାର କରିବାର ସମସ୍ତ ତଥ୍ୟ ତାଙ୍କ ବାପା ମାଙ୍କ ଫୋନ୍‌କୁ ହିସାବ ଯିବ । ଏଥିରେ ଆଉ ପୂର୍ବ ପରି ଚୋରି କରି ପାରିବେ ନାହିଁ । ଏହି ସ୍ମାର୍ଟ ବାକ୍ସକୁ ଥରୁଟିଏ ଚାର୍ଜ କରିବାକୁ ହେବ । ବଜାରରେ ଏହାର ମୂଲ୍ୟ ପ୍ରାୟ ୧୦୦୦-୩୦୦୦ ରହିଛି ।

Leave a Reply

%d bloggers like this: