ସାମ୍ଭାବ୍ୟ ବାତ୍ୟା ନେଇ ଗଞ୍ଜାମ ପ୍ରଶାସନର ସତର୍କତା ସୂଚନା

ସାମ୍ଭାବ୍ୟ ବାତ୍ୟା ନେଇ ଗଞ୍ଜାମ ପ୍ରଶାସନର ସତର୍କତା ସୂଚନା


ମେଟ୍ରୋ ଟିଭି ବ୍ୟୁରୋ, ୨୫/୯: ବଙ୍ଗୋପସାଗରରେ ସାମୁଦ୍ରିକ ଝଡ ସମ୍ଭାବନା । ଭାରତୀୟ ପାଣିପାଗ ବିଭାଗ ଜାରି କଲା ବାତ୍ୟା ପୂର୍ବ ସତର୍କତା । ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରର ମିଅଁମାର ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତର ରୂପ ନେଇଛି । ୧୨ ଘଣ୍ଟାରେ ଏହା ଘନୀଭୂତ ହୋଇ ସାମୁଦ୍ରିକ ଝଡ ବା ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ୨୬ ତାରିଖ ସନ୍ଧ୍ୟା ସୁଦ୍ଧା ଦକ୍ଷିଣ ଓଡିଶାର ଗୋପାଳପୁର ଓ ଉତ୍ତର ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ ମଧ୍ୟରେ କଳିଙ୍ଗପଟ୍ଟନମ୍ ଦେଇ ସ୍ଥଳଭାଗରେ ପ୍ରବେଶ କରିବ । ଏହାର ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ପବନର ଆଶଙ୍କା କରାଯାଉଛି । ଲ୍ୟାଣ୍ଡଫଲ ବେଳେ ପବନର ବେଗ ୭୦ ରୁ ୮୦ କି.ମି ରହିବ ବୋଲି ଆକଳନ କରାଯାଇଛି ।
ଏହି ସମ୍ଭାବ୍ୟ ବାତ୍ୟାଜୁ ନେଇ ଗଞ୍ଜାମ ପ୍ରଶାସନର ଏକ ଜରୁରୀ କାଳୀନ ବୈଠକ ଗିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ବୈଠକରେ ବିଦ୍ୟୁତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଗିରୋ କାଜୁଆଲଟି ଉପରେ ଗୁରୁତ୍ୱ ଦିଆଯାଇଛି । ରବିବାର ଓ ସୋମବାର ବେଳାଭୂମିକୁ ବାରଣ କରାଯାଇଛି ।

Leave a Reply

%d bloggers like this: