ମିଳିନି ଓଡ୍ରାଫ କର୍ମଚାରୀଙ୍କ ମୃତଦେହ

ମିଳିନି ଓଡ୍ରାଫ କର୍ମଚାରୀଙ୍କ ମୃତଦେହ


ମେଟ୍ରୋ ଟିଭି ବ୍ୟୁରୋ , ୨୫/୯. ଗତକାଲି ଚାଲିଥିବା ଅପରେସନ ଗଜରାଜରେ ନିଖୋଜ ଥିବା ଓଡ୍ରାଫ କର୍ମଚାରୀ ସୀତାରାମ ମୁର୍ମୁଙ୍କର ଏଯାଏ ମିଳିନି ମୃତ ଶରୀର । ଆଜି ସକାଳେ ମହାନଦୀରୁ ମିଳିଥିବା ମୃତ ଦେହ ଓଡ୍ରାଫ କର୍ମଚାରୀଙ୍କର ନୁହେଁ । ମହାନଦୀରେ ଫସିଥିବା ହାତୀକୁ ଉଦ୍ଧାର କରିବାକୁ ରବର ବୋଟରେ ଯାଇଥିଲେ । ସେଥିରେ ୫ ଜଣ ଓଡ୍ରାଫ କର୍ମଚାରୀ ସହ ୨ ଜଣ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଥିଲେ । ପାଣିର ପ୍ରଖର ସ୍ରୋତରେ ବୋଟଟି ଭାସି ଯାଇଥିଲା । ଯାହା ଫଳରେ ଭାସି ଯାଇଥିଲେ ସମସ୍ତେ, ଦଉଡି ସାହାର୍ଯ୍ୟରେ କିଛିଙ୍କୁ ଉଦ୍ଧାର କରାଯାଇଥିଲେ ସୁଧା ନିଖୋଜ ଅଛନ୍ତି ସୀତାରାମ ।
ସୂଚନା ଅନୁଯାୟ ସୀତାରାମ ଓଡ୍ରାଫର ଡ୍ରାଇଭର ଭାବେ ପରିଚିତ ଥିଲେ । ତଥାପି ପାଣିରେ ବୁଡି ତାଙ୍କର ମୃତ୍ୟୁ ହୋଇଛି ବଡ କଥା ହେଉଛି ସେ ପ୍ରାୟ ୫୦୦ ଲୋକଙ୍କୁ ଉଦ୍ଧାର କରିବାର ରେର୍କଡ ଅଛି । ସେ ଜଣେ ସାହାସୀ ନିର୍ଭିକ ଓଡ୍ରାଫ କର୍ମଚାରୀ ଥିଲେ ।
ଅନ୍ୟ କର୍ମଚାରୀ ତାଙ୍କ ମୃତ ଶରୀରକୁ ଖୋଜୁଛନ୍ତ ।

Leave a Reply

%d bloggers like this: