ଭାରତୀ ସିଂ ଏବଂ ହର୍ଷ ଲିମ୍ବାଚିୟାଙ୍କ ଜାମିନରେ ଅସନ୍ତୋଷ ପ୍ରକାଶ କଲା ଏନସିବି

ଭାରତୀ ସିଂ ଏବଂ ହର୍ଷ ଲିମ୍ବାଚିୟାଙ୍କ ଜାମିନରେ ଅସନ୍ତୋଷ ପ୍ରକାଶ କଲା ଏନସିବି


ମେଟ୍ରୋ ଟିଭି ବ୍ୟୁରୋ, ୨୫/୯: ଲାଫ୍ଟର କ୍ୱିନ୍ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଗିରଫ କରିଥିଲା । ଗତ ବର୍ଷ ନଭେମ୍ବର ୨୧ରେ, ଏନସିବି ତାଙ୍କ ଘରୁ ଗଞ୍ଜେଇ ଜବତ କରିଥିଲା । ଏହି ଚଡାଉ ପରେ ଡ୍ରଗ୍ସ ସେବନ ତଥା ବ୍ୟବହାର ପାଇଁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଊଭୟଙ୍କୁ ଗିରଫ କରିଥିଲା । ଭାରତୀ ଏବଂ ହର୍ଷଙ୍କୁ କିଛି ଦିନ ପରେ କୋର୍ଟରୁ ଜାମିନ ପ୍ରଦାନ କରାଯାଇଥିଲା । ତେବେ ଏହି ଜାମିନରେ ଏନସିବି ଆଦୌ ଖୁସି ନୁହନ୍ତି ।
ଗତ ବର୍ଷ ନଭେମ୍ବର ୨୧ରେ, ଏନସିବି ଭାରତୀ ଏବଂ ହର୍ଷଙ୍କ ଆନ୍ଧେରୀ ସ୍ଥିତ ଘରୁ ୮୬.୫୦ ଗ୍ରାମ ଗଞ୍ଜେଇ ଜବତ କରିଥିଲା । ଭାରତୀ ଏବଂ ହର୍ଷ ସ୍ୱୀକାର କରିଛନ୍ତି ଯେ, ଦୁହେଁ ଗଞ୍ଜେଇ ନିଅନ୍ତି । ଏହା ପରେ ଭାରତୀ ଏବଂ ହର୍ଷଙ୍କୁ ଏନସିବି ଗିରଫ କରିଥିଲା । ପରଦିନ ଅର୍ଥାତ ନଭେମ୍ବର ୨୨ରେ ଭାରତୀ ଏବଂ ହର୍ଷଙ୍କୁ ଜାମିନ ପ୍ରଦାନ କରାଯାଇଥିଲା । କୋର୍ଟରେ ଏନସିବି ଦ୍ୱାରା ହର୍ଷ ଏବଂ ଭାରତୀ ସିଂଙ୍କ ବିରୋଧରେ କୌଣସି ପ୍ରମାଣ ଦାଖଲ ହୋଇ ନଥିବାରୁ ମାଜିଷ୍ଟ୍ରେଟ୍ କୋର୍ଟ ସେମାନଙ୍କୁ ଜାମିନ ପ୍ରଦାନ କରିଥଲେ ।

Leave a Reply

%d bloggers like this: