କାଠଗଡାରେ କପିଲ୍ ଶର୍ମା ସୋ’

କାଠଗଡାରେ କପିଲ୍ ଶର୍ମା ସୋ’


ମେଟ୍ରୋ ଟିଭି ବ୍ୟୁରୋ , ୨୫/୯.ଲୋକପ୍ରିୟ ଟେଲି ରିଆଲିଟି ସୋ’ କପିଲ ଶର୍ମା ସୋ ଏବେ କାଠଗଡାକୁ ଆସିଛି । ଏହି ସୋ’ରେ ରାଜନେତା, ପ୍ରଶାସନିକ ଅଧିକାରୀ , ଆଇନଜୀବୀ , ପୁଲିସ, କଳାକାର ଓ କ୍ରୀଡାବିତ୍ ସମସ୍ତଙ୍କୁ ପ୍ରାୟ ଥଟ୍ଟା କରାଯାଇଥାଏ । ସୋ’ରେ କପିଲ ତଥା ଆମନ୍ତ୍ରିତ ଅତିଥି ହସ ବାହାନରେ ବିଭିନ୍ନ ସମାଲୋଚନା ମୂଳକ ଓ ଦ୍ୱି- ଅର୍ଥ ବୋଧକ କଥା କରିଥାନ୍ତି ।
ସୂଚନା ଅନୁଯାୟୀ , ଶିବାପୁରୀ ଜିଲ୍ଲାର ଜଣେ ଆଇନଜୀବୀ ସିଜେଏମ୍ କୋର୍ଟରେ ଏହି ସୋ’ ବିରୋଧରେ ଅପରାଧିକ ମାମଲା ରୁଜୁ କରିଛନ୍ତି । ଅଭିଯୋଗ ଏହା ଯେ ସୋ’ର କଳାକାର ମାନେ ମଞ୍ଚଉପରେ ଖୋଲାଖୋଲି ଭାବେ ମଦ ପିଇଥିଲେ ଓ ଏହି ସୋ’ରେ ମହିଳା ମାନଙ୍କୁ ଅବମାନନା କଲା ଭଳି ଶଦ୍ଦ ପ୍ରୟୋଗ କରାଯାଉଛି । ସମ୍ବିଧାନର ୩୫୬/୩ ଧାରା ଅନୁସାରେ ଉକ୍ତ ମଦ୍ୟପ କଳାକାର ମାନଙ୍କ ଉପରେ ବିଧିବଦ୍ଧ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଆଇନଜୀବୀ ଦାବି କରିଛନ୍ତି ।

Leave a Reply

%d bloggers like this: