ହାତୀ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ ବୋଟ

ହାତୀ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ ବୋଟ


ମେଟ୍ରୋ ଟିଭି ବ୍ୟୁରୋ, ୨୪/୯; ମହାନଦୀ ମଝିରେ ଫସି ରହିଥିବା ହାତେୀକୁ ଉଦ୍ଧାର କରିବାକୁ ଯାଇଥିବା ଓଡ୍ରାଫ ବୋଟ୍ ଓଲଟି ପଡିଲା । ହାତୀକୁ କୂଳକୁ ଘଉଡାଇବା ବେଳେ ମୁଣ୍ଡଳୀ ବ୍ୟାରେଜ ନିକଟରେ ପାଣିର ପ୍ରଖର ସ୍ରୋତରେ ଓଲଟି ପଡିଲା ବୋଟ୍ । ସୂଚନାଯୋଗ୍ୟ ଦୀର୍ଘ ୭ ଘଣ୍ଟାର ସଂଘର୍ଷ ପରେ କୂଳ ମୁହାଁ ହୋଇଥିବା ହାତୀଟି ପୁଣି ନଦୀ ମୁହାଁ ହୋଇଛି । ଅତ୍ୟଧିକ ଲୋକ ଗହଳି ଥିବା ଦେଖି ହାତୀଟି ମଝି ନଈକୁ ଚାଲି ଯାଇଛି । ଉଦ୍ଧାର ପାଇଁ ବନବିଭାଗ କର୍ମଚାରୀ ଉଦ୍ୟମ ଜାରି ରଖିଥିବା ବେଳେ ବାଟ ଯୋଗେ ନଦୀକୁ ଯାଇଥିଲା ଓଡ୍ରାଫ ଟିମ୍ । ହେଲେ ହାତୀ ଉଦ୍ଧାର ଅପରେସନ ବେଳେ ବୋଟଟି ଦୁର୍ଘଟଣାଗ୍ରସ୍ତ ହୋଇଛି ।
ହାତୀକୁ ଉଦ୍ଧାର କରିବାକୁ ଯାଇଥିବା ବୋଟଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ସେଥିରେ ଓଡ୍ରାଫ ଟିମ୍ ମେମ୍ବରଙ୍କ ସମେତ ଓଟିଭିର ୨ ପ୍ରତିନିଧି ମଧ୍ୟ ଥିଲେ । ସମସ୍ତଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଓଟିଭିର ୨ ପ୍ରତିନିଧିଙ୍କ ଅବସ୍ଥା ଗୁରୁତର ଜଣାଯାଇଛି । ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏସସିବିରେ ଭର୍ତ୍ତି କରାଯାଇଛି ।

Leave a Reply

%d bloggers like this: