ସାଧୁ ନରେନ୍ଦ୍ର ଗିରିଙ୍କ ଆତ୍ମହତ୍ୟା ମାମଲା ସିବିଆଇ ହାତକୁ ଗଲା

ସାଧୁ ନରେନ୍ଦ୍ର ଗିରିଙ୍କ ଆତ୍ମହତ୍ୟା ମାମଲା ସିବିଆଇ ହାତକୁ ଗଲା


ମେଟ୍ରୋ ଟିଭି ବ୍ୟୁରୋ, ୨୪/୯: ଅଖିଳ ଭାରତ ଆଖଡା ପରିଷଦର ମୁଖ୍ୟ ମହେନ୍ଦ୍ର ନରେନ୍ଦ୍ର ଗିରିଙ୍କ ମୃତ୍ୟୁର ତଦନ୍ତ ଭାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ହାତକୁ ନେଇଛି । ପୂର୍ବରୁ ଉତ୍ତର ପ୍ରଦେଶ ସରକାର ମହନ୍ତଙ୍କ ମୃତ୍ୟୁର ତଦନ୍ତ କରିବାକୁ ଏକ ୧୮ ଜଣିଆ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିଥଲେ । ମହେନ୍ଦ୍ର ଗିରି ଏଠାରେ ଥିବା ବାଗମ୍ବରୀ ମଠ ମଧ୍ୟରେ ଆତ୍ମହତ୍ୟା କରିବା ସହିତ ୭ ପୃଷ୍ଠାର ଏକ ହାତଲେଖା ଚିଠି ଛାଡିଯାଇଥିଲେ । ତାଙ୍କ ମୃତ୍ୟୁର ଉପଯୁକ୍ତ ତଦନ୍ତ ଦାବି ଉଠିବା ପରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏଥିପାଇଁ ସିବିଆଇ ତଦନ୍ତ କରାଯିବାକୁ ସୁପାରିସ କରିଥିଲେ ।
ସିବିଆଇ ପକ୍ଷରୁ ଏଥିପାଇଁ ପାଞ୍ଚଜଣିଆ ଦଳ ଗଠନ କରାଯାଇଛି । ଏହି ଦଳ ରାଜ୍ୟ ପୁଲିସ ନିକଟରୁ ସମ୍ପୂର୍ଣ୍ଣ ଭାବରେ ତଦନ୍ତ କାଳରେ ମହନ୍ତଙ୍କର ଫୋନ କଲଗୁଡିକୁ ଯାଞ୍ଚ କରାଯାଇଥିଲା । ସେଥିରୁ ସେ ହରିଦ୍ୱାରର କିଛି ନିର୍ଦ୍ଦିଷ୍ଟ ସମ୍ପତ୍ତି ଡିଲରଙ୍କ ସହିତ ଏକାଧିକ ଥର ଫୋନରେ କଥା ହୋଇଥିବା ଜଣାଯାଇଛି । ବାଗମ୍ବରୀ ମଠର ହରିଦ୍ୱାରର ବିପୁଳ ସମ୍ପତ୍ତି ରହିଥିବା ଜଣାଯାଇଛି । ରାଜ୍ୟ ପୁଲିସର ତଦନ୍ତକାରୀ ଦଳ ସମ୍ପତ୍ତି ଡିଲରଙ୍କ ସମେତ ୧୮ ଜଣଙ୍କୁ ପଚରା ଉଚରା ପାଇଁ ଡକାଯାଇଛି ।

Leave a Reply

%d bloggers like this: