ଲାଫିଙ୍ଗ୍ ବୁଦ୍ଧ ସବୁବେଳେ ହସନ୍ତି କାହିଁକି ?

ଲାଫିଙ୍ଗ୍ ବୁଦ୍ଧ ସବୁବେଳେ ହସନ୍ତି କାହିଁକି ?

ଲାଫିଙ୍ଗ୍ ବୁଦ୍ଧ ସବୁବେଳେ ହସନ୍ତି କାହିଁକି?
ମେଟ୍ରୋ ଟିଭି ବ୍ୟୁରୋ ,୨୪/୯; ପୃଥିବୀରେ ଭିନ୍ନ ଭିନ୍ନ ମଣିଷ ଦେଖିବାକୁ ମିଳେ । ଏପରି ଲୋକ ଅଛନ୍ତି ଯେଉଁମାନେ ନିଜର ଭିନ୍ନ ପ୍ରକୃତିକୁ ନେଇ ଚର୍ଚ୍ଚାର ବିଷୟ ପାଲଟି ଯାଇଛନ୍ତି । ସେହିପରି ଥିଲେ ଚାଇନାର ତିନି ଜଣ ସାଧୁ । ଯାହାର ହସ ହସ ମୁହଁ ସମଗ୍ର ବିଶ୍ୱକୁ ବିମୋହିତ କରୁଥିଲା । ତାଙ୍କର ପ୍ରକୃତ ପରିଚୟ କାହାକୁ ଜଣା ନଥିଲେ ସୁଧା ତାଙ୍କ ହସ ମୁହଁ ଆଡେ ଆକର୍ଶିତ ହୋଇ ଲୋକେ ସେମାନଙ୍କୁ ଲାଫିଙ୍ଗ ବୁଦ୍ଧ ଡାକିବାର ଲାଗିଲେ । ତାଙ୍କୁ କେହି କେବେ କାନ୍ଦିବାର ଦେଖିନାହାନ୍ତି ।
ଆଶ୍ଚର୍ଯ୍ୟର କଥା ତାଙ୍କ ଭିତରୁ ଜଣେ ସାଧୁଙ୍କ ମୃତ୍ୟୁ ପରେ ବି ସେ ହସୁଥିଲେ କାରଣ ସେ କହୁଥିଲେ ଜୀବନରେ ଘଟିଥିବା ସମସ୍ତ ସୁଖକୁ ଭାବି ସେ ହସୁଛନ୍ତି । ସେ ଶାନ୍ତିରେ ଏ ଦେହ ତ୍ୟାଗ କଲା ଏଇଟା ଖୁସିର କଥା । ସାଧୁ ଜଣଙ୍କ ଚାହୁଁଥିଲେ ଅନ୍ତିମ ସଂସ୍କାରରେ ତାଙ୍କ ଶରୀରର ଥିବା ବସ୍ତ୍ରକୁ କେହିବି କାଢିବେ ନାହିଁ କି ଜଳ ଢାଲବେ ନାହିଁ । ଶରୀରରେ ଅଗ୍ନ ସଂଯୋଗ ବେଳେ ଆଶ୍ଚର୍ଯ୍ୟ ଘଟଣା ଘଟିଲା ଦୀପାବଳି ଭଳି ବାଣ ଫୁଟିବାକୁ ଲାଗିଲା । ସେହି ଆତସବାଜି ଦେଖି ସମସ୍ତଙ୍କ ମୁହଁରେ ହସ ଖେଳିଗଲା । ଲୋକେ ବୁଝିଲେ ଜୀବନରେ ହସିବା କାହିଁକି ଜରୁରୀ । ସେବେ ଠାରୁ ଲାଫିଙ୍ଗ୍ ବୁଦ୍ଧ ଲୋକପ୍ରିୟ ହୋଇଛନ୍ତି ।

Leave a Reply

%d bloggers like this: