ମୌନିଙ୍କର ନୂଆ ଦେଶୀ ଲୁକ୍‌

ମୌନିଙ୍କର ନୂଆ ଦେଶୀ ଲୁକ୍‌


ମେଟ୍ରୋ ଟିଭି ବ୍ୟୁରୋ, ୨୪/୯: ବଲିଉଡ ଅଭିନେତ୍ରୀ ମୌନି ରୟ ଏବେ ଖୁବ୍ ଚର୍ଚ୍ଚାରେ । ଛୋଟ ପରଦାରୁ ନିଜ କ୍ୟାରିୟର ଆରମ୍ଭ କରିଥବା ମୌନି ବର୍ତ୍ତମାନେ ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ବନାଇଛନ୍ତି । ନିଜର ଦକ୍ଷ ଅଭିନୟ ଯୋଗୁଁ ମୌନି ୱେବ ସିରିଜ ଏବଂ ବଲିଉଡରେ ଖୁବ୍ ଚର୍ଚ୍ଚିତ । ନିଜର ବୋଲ୍ଡ ଲୁକ୍ ପାଇଁ ମୌନି ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି ।
ବର୍ତ୍ତମାନ ମୌନି ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟରେ କିଛି ଫୋଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ତାଙ୍କୁ ଏକ ଦେଶୀ ଲୁକରେ ଦେଖିବାକୁ ମିଳିଛି । ମୋନି ନିଜର ସୁନ୍ଦର ଶାଢୀ ଫୋଟୋ ଗୁଡିକୁ ସେୟାର କରିଛନ୍ତି । ଏଥିରେ ସେ ନ୍ୟୁଡ ଆଇ ମେକଅପ ସହ ଏକ ସିଲଭରର ଚମକଦାର ଶାଢୀ ପିନ୍ଧିଛନ୍ତି, ଯେଉଁଥିରେ ସେ ବହୁତ ଆକର୍ଷଣୀୟ ଦେଖାଯାଉଛନ୍ତି । ମୌନି କହିଛନ୍ତି ଯେ, ସେ କେବଳ ପାଶ୍ଚାତ୍ୟରେ ନୁହେଁ ପାରମ୍ପରିକ ରୂପରେ ମଧ୍ୟ କାହାକୁ ପାଗଳ କରିପାରିବେ । ପ୍ରଶଂସକମାନେ ମଧ୍ୟ କ୍ରମାଗତ ଭାବରେ କମେଣ୍ଟ ଦେଇ ଅଭିନେତ୍ରୀଙ୍କୁ ପ୍ରଶଂସା କରୁଛନ୍ତି ।

Leave a Reply

%d bloggers like this: