ମହାନଦୀର ପ୍ରଖର ସ୍ରୋତରେ ଭାସିଗଲେ ହାତୀପଲ, ମୁଣ୍ଡଳି ବ୍ରିଜରେ ଲାଖି ରହିଛି ହାତୀ ଛୁଆ

ମହାନଦୀର ପ୍ରଖର ସ୍ରୋତରେ ଭାସିଗଲେ ହାତୀପଲ, ମୁଣ୍ଡଳି ବ୍ରିଜରେ ଲାଖି ରହିଛି ହାତୀ ଛୁଆ


ମେଟ୍ରୋ ଟିଭି ବ୍ୟୁରୋ, ୨୪/୯: ମହାନଦୀର ପ୍ରଖର ସ୍ରୋତରେ ଭାସିଗଲେ ହାତୀପଲ । ନଦୀ ପାର ହେଉଥିବା ବେଳେ ଘଟିଲା ଏହି ଘଟଣା । ମହାନଦୀରେ ୭ଟି ହାତୀ ଭାସିଯାଇଥିବା ସୂଚନା ମିଳିଛି । ଗୋଟିଏ ହାତୀ ଛୁଆ ମୁଣ୍ଡଳୀ ବ୍ରିଜ ନିକଟରେ ଲାଖି ରହିଥିବା ବେଳେ ଆଉ ୬ଟି ହାତୀ ମହାନଦୀରେ ଭାସି ଭାସି ଯାଇ ଆଠଗଡର ନୂଆଶାସନ ଗାଁ ନିକଟରେ ଲାଗିଥିବା ଜଣାପଡିଛି ।
ସୂଚନା ମୁତାବକ, ଆଠଗଡ ବନ ଅଞ୍ଚଳରେ ୧୭ ଟିକିଆ ହାତୀ ପଲ ମହାନଦୀ ପାରି ହେଉଥିବା ବେଳେ ନଦୀର ପ୍ରଖର ସ୍ରୋତରେ ୭ଟି ହାତୀ ଭାସି ଯାଇଥିଲେ । ଏହି ଘଟଣା ବିଷୟରେ ସ୍ଥାନୀୟ ଲୋକ ଜାଣିବା ପରେ ବନ ବିଭାଗ ଓ ଅଗ୍ନିଶମ ବାହିନୀକୁ ସୂଚନା ଦିଆଯାଇଛି । ହାତୀଟିକୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ଟିମ୍ ସାହାଯ୍ୟରେ ଚେଷ୍ଟା କରୁଛି ବନ ବିଭାଗ ।

Leave a Reply

%d bloggers like this: