ପାରାଲିମ୍ପିଆନ ଶରଦ କୁମାରଙ୍କୁ ହୃଦଘାତ

ପାରାଲିମ୍ପିଆନ ଶରଦ କୁମାରଙ୍କୁ ହୃଦଘାତ


ମେଟ୍ରୋ ଟିଭି ବ୍ୟୁରୋ, ୨୪/୯: ଟୋକିଓ ପାରୋଲିମ୍ପିକ୍ସର ପୁରୁଷ ହାଇଜମ୍ପ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବା ଶରଦ କୁମାରଙ୍କୁ ହୃଦଘାତ ହୋଇଛି । ସେ ଏବଏ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଚିତ୍ସିତ ହେଉଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ବେଳେ ଆଉ କିଛି ଡାକ୍ତର ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରି ରହିଛନ୍ତି ।
ଗତ ସପ୍ତାହରେ ଶରଦଙ୍କୁ ଛାତିରେ ଯନ୍ତ୍ରଣା ହେବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ହସ୍ପିଟାଲରୁ ତାଙ୍କ ଘର ପାଖାପାଖି ହୋଇଥିବାରୁ ଡାକ୍ତର ତାଙ୍କୁ ଘରକୁ ଫେରିବାକୁ ଅନୁମତି ଦେଇଥିଲେ । ତେବେ ଆଉ କିଛି ଡାକ୍ତରୀ ପରୀକ୍ଷା ପାଇଁ ସେ ପୁଣି ଥରେ ହସ୍ପିଟାଲକୁ ଆସିଥିଲେ । ରିପୋର୍ଟରେ ତାଙ୍କ ହୃଦଘାତ ହୋଇଥିବା ଜଣ।।ପଡିଥିଲା । ଶରଦ ଟୋକିଓ ପାରାଲିମ୍ପିକ୍ସରେ ଟି-୪୨ ହାଇଜମ୍ପ ଇଭେଣ୍ଟରେ ଭାଗ ନେଇଥିଲେ । ଯୋଗ୍ୟତା ରାଉଣ୍ଡ ବେଳେ ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା । ତଥାପି ସେ ପ୍ରତିଯୋଗିତାରୁ ନ ଓହରି ଫାଇନାଲରେ ଭାଗ ନେବା ସହ ବ୍ରୋଞ୍ଜ ପଦକ ଜିତିବାରେ ସଫଳ ହୋଇଥିଲେ ।

Leave a Reply

%d bloggers like this: