ଦେବୀ ପୂଜା ପ୍ରତିମା ନା ପ୍ରତୀକରେ ହୁଏ

ଦେବୀ ପୂଜା ପ୍ରତିମା ନା ପ୍ରତୀକରେ ହୁଏ


ମେଟ୍ରୋ ଟିଭି ବ୍ୟୁରୋ , ୨୪/୯; ଆସୁଛି ଶାରଦୀୟ ଦୁଗାପୂଜା । ଚଳଞ୍ଚଚଳ ମୂର୍ତ୍ତିକାର । କୋଭିଡ ସ୍ଥିତିକୁ ଆଖି ଆଗରେ ରଖି ମାନ୍ୟବର ହାଇକୋର୍ଟର ନିଷ୍ପତ୍ତି କ୍ରମେ ମୂର୍ତ୍ତିର ଉଚ୍ଚତା ୪ଫୁଟ ରହିବ । କିନ୍ତୁ ଏ ବାଦ ବିବାଦରେ ମନକୁ ପ୍ରଶ୍ନ ଆସେ ପୂର୍ବରୁ କ’ଣ ଦେବୀଙ୍କର ମୃଣ୍ମୀୟ ମୂର୍ତ୍ତି ଥିଲା । ପରେ ଜଣାପଡେ ପୂର୍ବେ ପ୍ରତିମା ନୁହେଁ ,ପ୍ରତୀକରେ ଦେବୀ ଦୁର୍ଗାଙ୍କର ପୂଜା ହେଉଥିଲା । ଘଟ ଓ ନବପ୍ରତିକାରେ ପୂଜା କରାଯାଏ । ଘଟ ହେଉଛି କଳସ ଓ ନବପ୍ରତିକା ହେଉଛି ନଅଟି ପତ୍ର , ଗଛ ବା ଶାଖାର ଉପାସନା । ଲୋକ-ଗବେଷକ ଅରବିନ୍ଦ ପଟ୍ଟନାୟକ ଲେଖିଛନ୍ତି -ଆମ ପର୍ବପର୍ବାଣିରେ ପ୍ରମୁଖ ଦୁଇଟି ଦିଗ ହେଲା ପ୍ରତିମା ଓ ପରମ୍ପରା । ଯେଉଁଠି ପ୍ରତିମା ନାହିଁ ସେଠି ପ୍ରତୀକ ଅଛି । ଅର୍ଥାତ ଦୁର୍ଗାପୂଜାରେ ଦେବୀଙ୍କର ପ୍ରତିମା ଓ ରଥଯାତ୍ରରେ ଶ୍ରୀଜଗନ୍ନାଥଙ୍କର ବିଗ୍ରହ ପୂଜା ହୁଏ ।
ହିନ୍ଦୁଧର୍ମର ମୂଳ ହେଲା ଭାରତୀୟ ଆର୍ଯ୍ୟ ପରମ୍ପରା । ଏଥିକୁ ପ୍ରତିମା ପୂଜା କେବେ କେଉଁଠୁ ଆସିଲା?କୁହାଯାଏ ବୌଦ୍ଧତନ୍ତ୍ର ବାଟେ ପ୍ରତିମା ପୂଜା ହିନ୍ଦୁ ପରମ୍ପରାରେ ପହଞ୍ଚିଛି । କ୍ରମେ କ୍ରମେ ଦେବାଦେବୀଙ୍କର ରୂପ , ଲୀଳା ଓ ମାହାତ୍ମ୍ୟର ପ୍ରଚାର ପ୍ରସାର ହେଲା ।ସେହି ପ୍ରଭାବରେ ସମାଜରେ ସୃଷ୍ଟି ହେଲା ପର୍ବପର୍ବାଣି ,ମନ୍ଦିର, ତୀର୍ଥ । ସେବେଠୁ ଆରମ୍ବ ହେଲା ଶରତ ଋତୁରେ ଶାରଦୀୟ ଦୁର୍ଗା ପୂଜା ।

Leave a Reply

%d bloggers like this: