ଓଟିଭି ପ୍ରତିନିଧି ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ

ଓଟିଭି ପ୍ରତିନିଧି ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ


ମେଟ୍ରୋ ଟିଭି ବ୍ୟୁରୋ, ୨୪/୯: କଟକ ନରାଜ ସ୍ଥିତ ମୁଣ୍ଡଳି ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର କରିବାକୁ ଯାଇଥବା ଓଡ୍ରାଫ ଟିମ୍ ଡଙ୍ଗା ଓଲଟିବା ଘଟଣାରେ ଓଟିଭି ଚିପ୍ ରିପୋର୍ଟର ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ଘଟିଛି । ଏନେଇ ଏସସିବି ଜରୁରୀକାଳୀନ ଅଧିକାରୀ ସୂଚନା ଦେଇଛନ୍ତି ।
ସୂଚନା ମୁତାବକ, ଶୁକ୍ରବାର ସକାଳୁ ଆଠଗଡ ବନାଞ୍ଚଳ ହାତୀପଲ ନଦୀ ପାର୍ ସମୟରେ ୭ଟି ହାତୀ ଭାସିଯାଇଥିଲେ । କିନ୍ତୁ ଛୁଆ ହାତୀଟି ମୁଣ୍ଡୁଳି ବ୍ରିଜ୍ ନିକଟରେ ଦୀର୍ଘଘଣ୍ଟା ଧରି ଫସିଯାଇଥିଲା । ହାତୀଟିକୁ ଉଦ୍ଧାର କରିବାକୁ ଓଡ୍ରାଫ ଟିମ୍ ଘଟଣାସ୍ଥଳକୁ ଯାଇଥିଲା । ଓଡ୍ରାଫ ଟିମ୍ ରବର ବୋଟରେ ୫ ଜଣ ଓଡ୍ରାଫ କର୍ମଚାରୀଙ୍କ ସହ ଓଟିଭିର ରିପୋର୍ଟର ଅରିନ୍ଦମ ଦାସ ଏବଂ କ୍ୟାମେରା ପର୍ସନ ପ୍ରଭାତ ସିହ୍ନା ମଧ୍ୟ ରହିଥିଲେ ।
ମହାନଦୀର ପ୍ରଖର ସ୍ରୋତରେ ରବର୍ ବୋଟଟି ଭାରସାମ୍ୟ ହରାଇ ଓଲଟିପଡିଥିଲା । ଫଳରେ ବୋଟରେ ଥିବା ୭ ଜଣ ନଦୀ ପାଣିରେ ବୁଡି ଯାଇଥିଲେ । ୩ ଓଡ୍ରାଫ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଦୁଇ ଓଟିଭି କର୍ମଚାରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସମସ୍ତଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏସସିବିରେ ପହଞ୍ଚିବା ବେଳକୁ ଅରିନ୍ଦମଙ୍କ ମୃତ୍ୟୁ ହୋଇସାରିଥିବା କହିଲେ ଜରୁରୀକାଳୀନ ଅଧିକାରୀ । ଅପରପକ୍ଷରେ କ୍ୟାମେରାମ୍ୟାନ ପ୍ରଭାତ ସିହ୍ନା ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି ହୋଇଥିବା ଜଣାପଡିଛି ।

Leave a Reply

%d bloggers like this: