ୱାସିଂଟନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବର୍ଷାରେ ଭିଜି ସ୍ୱାଗତ କଲେ ପ୍ରବାସୀ

ୱାସିଂଟନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବର୍ଷାରେ ଭିଜି ସ୍ୱାଗତ କଲେ ପ୍ରବାସୀ


ମେଟ୍ରୋ ଟିଭି ବ୍ୟୁରୋ,୨୩/୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ ଦିନିଆ ଗସ୍ତରେ ଅଛନ୍ତି । ଗୁରୁବାର ସକାଳେ ସେ ୱାସିଂଟନରେ ପହଞ୍ଚିିଛନ୍ତି । ଏହି ଗସ୍ତର ମୁଖ୍ୟ ଏଜେଣ୍ଡା ରହିଛି, ଜାତିସଂଘରେ ଉଦବୋଧନ, କ୍ୱାଡ୍ ସମ୍ମିଳନୀରେ ଯୋଗଦାନ ଏବଂ ଆମେରିକା ରଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା । ଆଜି ଉପରାଷ୍ଟ୍ରପତି କମଳା ହାରିସଙ୍କୁ ଭେଟିବେ ମୋଦି । ଏହା ମଧ୍ୟ ଦୁଇ ନେତାଙ୍କର ହେବ ପ୍ରଥମ ଭେଟ । ପୂର୍ବରୁ କରୋନା ମହାମାରୀ ପାଇଁ ଦୁହେଁ କେବଳ ଫୋନରେ ବାର୍ତ୍ତାଳାପ କରିଥିଲେ ।
ଗତକାଲି ଗ୍ଲୋବାଲ କୋଭିଡ୍ ସମିଟିରେ ପ୍ରଧାନମନ୍ତ୍ରୀ ଯୋଗ ଦେଇଥିଲେ । ଏଥିରେ ଉଦବୋଧନ ଦେଇ ମୋଦି କହିଥଲେ, କରୋନାର ଦ୍ୱିତୀୟ ଲହର ସମୟରେ ସାରା ବିଶ୍ୱ ଏକ ପରିବାର ଭଳି ଛିଡା ହୋଇଛି । ଏଥିପାଇଁ ସେ ରାଷ୍ଟ୍ରମୁଖ୍ୟମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଭାରତ ୧୫୦ ରୁ ଅଧିକ ଦେଶକୁ କରୋନା ସମୟରେ ଓøଷଧ ଯୋଗାଇଛି । ପ୍ରମୁଖ ରଷ୍ଟ୍ରମାନେ ପରସ୍ପରର ଟିକାକୁ ଅନୁମୋଦନ ଦେବା ଜରୁରୀ । ଅନ୍ତର୍ଜାତୀୟ ଯାତ୍ରାକୁ ସହଜ କରିବା ଓ ଆର୍ଥିକ ଅଭିବୃଦ୍ଧି ପାଇଁ ଅଯଥା କଟକଣା ହଟିବା ଆବଶ୍ୟକ ବୋଲି ମୋଦି କହିଛନ୍ତି ।

Leave a Reply

%d bloggers like this: