୧୧ ବର୍ଷର ନାବାଳିକାକୁ ଧର୍ଷଣ ମାମଲାରେ ସ୍କୁଲ ସ୍ୱିପରକୁ ୧୫ ବର୍ଷ ଜେଲ୍ ଦଣ୍ଡ

୧୧ ବର୍ଷର ନାବାଳିକାକୁ ଧର୍ଷଣ ମାମଲାରେ ସ୍କୁଲ ସ୍ୱିପରକୁ ୧୫ ବର୍ଷ ଜେଲ୍ ଦଣ୍ଡ


ମେଟ୍ରୋ ଟିଭି ବ୍ୟୁରୋ, ୨୩/୯: ମୁମ୍ବାଇର ଏକ ସ୍ପେସାଲ କୋର୍ଟ ସ୍କୁଲର ଜଣେ କର୍ମଚାରୀଙ୍କୁ ଜଣେ ଛାତ୍ରୀକୁ ଧର୍ଷଣ ଅଭିଯୋଗରେ ୧୫ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି । ଏହି ଘଟଣା ଦକ୍ଷିଣ ମୁମ୍ବାଇର ଏକ ମ୍ୟୁନିସିପାଲଟି ସ୍କୁଲର । ଦୀର୍ଘ ୭ ବର୍ଷ ତଳେ ଜଣେ ୧୧ ବର୍ଷର ସ୍କୁଲ ଛାତ୍ରୀକୁ ଧର୍ଷଣ କରାଯାଇଥିଲା । ଆଉ ଏହି ଧର୍ଷଣ କରିଥିଲା ଉକ୍ତ ସ୍କୁଲର ଜଣେ ସ୍ୱିପର । ସ୍କୁଲ ଛାତ୍ରୀଟିର ମା ଓ ଭଉଣୀଙ୍କ ମୃତ୍ୟୁ ହୋଇଯାଇଥିବାରୁ ସେ ତା ଚାଚୀଙ୍କ ପାଖରେ ରହୁଥିଲା ।
ଏହି ଘଟଣା ୨୦୧୫ ମସିହାର । ଛାତ୍ରୀଟି ସ୍କୁଲରୁ ଫେରିବା ପରେ ଚାଚୀ ଛାତ୍ରୀଟିର ଶରୀରରେ କ୍ଷତ ହୋଇଥିବା ଦେଖିବାକୁ ପାଇଥିଲେ । ଛାତ୍ରୀଟିକୁ ପଚାରିବାରୁ ସେ କିଛି କହିନଥିଲା । କିଛି ଦିନ ପରେ ଚାଚୀ ପୁଣି ତା ଦେହରେ ସେପରି କ୍ଷତ ଦେଖିବାକୁ ପାଇଲେ । ଏଥର ମଧ୍ୟ ସେ କଥାଟିକୁ ଏଡାଇ ଦେଇଥିଲା ।
୨୦୧୫ ମସିହା ମାର୍ଚ୍ଚ ୨୫ ଦିନ ଯେତେବେଳେ ଛାତ୍ରୀଟି ସ୍କୁଲରୁ ଫେରୁଥିଲା ସେ ଠିକ୍ ରେ ଚାଲିପାରୁନଥିବା ଚାଚୀ ଦେଖିବାକୁ ପାଇଥିଲେ । ଚାଚୀ କୌଣସି ପ୍ରକାରେ ତା ଠାରୁ ସମସ୍ତ କଥ।। ଆଦାୟ କରିଦେଲେ । ଶେଷରେ ଛାତ୍ରୀଟି ଚାଚୀ ଆଗରେ ସମସ୍ତ କଥ।। ମାନିଯାଇଥିଲା । ସ୍କୁଲର ଜଣେ ସ୍ୱିପର ତା ସହ କେତେ ଥର ଧର୍ଷଣ କରିଥିବା ନେଇ ସେ ଚାଚୀକୁ କହିଥିଲା । ଯଦି ସେ ଏ କଥା କାହାକୁ କୁହେ ତ ସେ ତାର ଜୀବନ ନେଇଯିବ ବୋଲି ଧମକ ମଧ୍ୟ ଦେଇଥିଲା ।
ଅଭିଯୁକ୍ତ ସେହି ସ୍କୁଲର କ୍ୟାମ୍ପସରେ ରହୁଥିଲା । ନାବାଳିକାର ଚାଚୀଙ୍କ ଅଭିଯୋଗ କ୍ରମେ ପୋଲିସ ତାକୁ ଗିରଫ କରିଥିଲା । ଦୀର୍ଘ ଦିନ ପରେ ଅଭିଯୁକ୍ତଙ୍କୁ ୧୫ ବର୍ଷ ଜେଲ ଦଣ୍ଡ ଶୁଣାଇଥିବା ଜଣାଯାଇଛି ।

Leave a Reply

%d bloggers like this: