ବାପାଙ୍କୁ ନିଜର କିଡନୀ ଦାନ କରି ଝିଅ ଦେଲେ ନୂଆ ଜୀବନ

ବାପାଙ୍କୁ ନିଜର କିଡନୀ ଦାନ କରି ଝିଅ ଦେଲେ ନୂଆ ଜୀବନ


ମେଟ୍ରୋ ଟିଭି ବ୍ୟୁରୋ,୨୩/୯ : ବାପାଙ୍କୁ ନୂଆ ଜୀବନ ଦେଲେ ଝିଅ । କଥାରେ ଅଛି ଦୁହିତା ଦୁଇ କୁଳକୁ ହିତା । ଏହାର ଯଥାର୍ଥତା ପ୍ରମାଣ କରିଛନ୍ତି ୨୨ ବର୍ଷୀୟ ସଲୋନୀ । ନିଜର ତ୍ୟାଗ, ନିଷ୍ଠା ଓ ଭଲପାଇବା ଆଗରେ ବାପାଙ୍କ ଜୀବନ ରକ୍ଷା କବଚ ସାଜି ନିଜର ଅମୂଲ୍ୟ ଅଙ୍ଗ ଦାନ କରି ବାପା ଓ ଝିଅ ମଧ୍ୟରେ ଥିବା ଏହି ନିବିଡ ସମ୍ପର୍କକୁ ସବୁଦିନ ପାଇଁ ଅମର କରିଦେଇଛି ।
କୋକସରା ବ୍ଲକ୍ ଲଡୁଗାଁ ଗ୍ରାମର ସୁନିଲ ଗର୍ଗଙ୍କ ୨୨ ବର୍ଷର ଝିଅ ସଲୋନୀ ଗର୍ଗ ନିଜ ବାପାଙ୍କୁ କିଡନି ଦାନ କରି ତାଙ୍କୁ ନୂଆ ଜୀବନ ଦେଇଛନ୍ତି । ଖବର ଅନୁଯାୟୀ, ସୁନିଲ ଗତ କିଛି ବର୍ଷ ହେବ କିଡନୀ ଜନିତ ରୋଗରେ ପୀଡିତ ଥିଲେ । ତାଙ୍କ ଜୀବନ ରକ୍ଷା ପାଇଁ ଡାକ୍ତର ତାଙ୍କୁ କିଡନୀ ପ୍ରତ୍ୟାରୋପନ ପାଇଁ ପରାମର୍ଶ ଦେଇଥିଲେ । ହେଲେ କିଏ କିଡନୀ ଦାନ କରିବ ଏନେଇ ପରିବାର ଚିନ୍ତାରେ ଥିବା ବେଳେ ସୁନିଲଙ୍କ ୨୨ ବର୍ଷୀୟ ଝିଅ ସଲୋନୀ ବାପାଙ୍କୁ ନିଜର କିଡନୀ ଦାନ କରିବାକୁ ଆଗକୁ ଆସିଥିଲେ । ବାପା ଓ ପରିବାର ମନା କରିଥଲେ କିନ୍ତୁ ବାପାଙ୍କୁ କିଡନୀ ଦାନ କରିବାକୁ ସଲିନୀ ଅଡି ବସିଲେ । ଝିଅର ଜିଦ୍ ଆଗରେ ଶେଷରେ ପରିବାରକୁ ହଁ କରିବାକୁ ପଡିଥିଲା ।
ଏହାପରେ ଦିଲ୍ଲୀର ମେଦାନ୍ତ ହସ୍ପିଟାଲରେ ଗତ ୮ ତାରିଖ ଦିନ କିଡନୀ ପ୍ରତ୍ୟାରୋପନ ଅସ୍ତ୍ରୋପଚାର ପାଇଁ ଭର୍ତ୍ତି ହୋଇଥିଲେ । ମେଦାନ୍ତ ହସ୍ପିଟାଲର ଡାକ୍ତର ଟିମ୍ ସମସ୍ତ ପରୀକ୍ଷା କରିବା ପରେ ସଫଳତାର ସହ କିଡନୀ ପ୍ରତ୍ୟାରୋପନରେ ସଫଳ ହୋଇଛନ୍ତି । ବର୍ତ୍ତମାନ ଅସ୍ତ୍ରୋପଚାର ପରେ ସୁନିଲ ଓ ତାଙ୍କ ଝିଅ ସୁସ୍ଥ ଅଛନ୍ତି । ଝିଅକୁ ଜନ୍ମ ଦେଇ ବାପା ଓ ପରିବାର ଆଜି ଗର୍ବିତ ଅନୁଭବ କରୁଛନ୍ତି ।

Leave a Reply

%d bloggers like this: