ଛେଳି ଖାଉଛି ମାଛ, ଭାଇରାଲ ହେଉଛି ଭିଡିଓ

ଛେଳି ଖାଉଛି ମାଛ, ଭାଇରାଲ ହେଉଛି ଭିଡିଓ


ମେଟ୍ରୋ ଟିଭି ବ୍ୟୁରୋ, ୨୩/୯: ଛେଳି ଖାଉଛି ମାଛ । ବିଶ୍ୱାସ ହେଉନଥିଲେ ମଧ୍ୟ ଏହା ସତ । ଆମେ ସମସ୍ତେ ଜାଣନ୍ତି, ଛେଳି ଏକ ଶାକାହାରୀ ପ୍ରାଣୀ । ସେ କେବଳ ଗଛ, ପତ୍ର, ଘାସ ଆଦି ଖାଇଥାଏ । କିନ୍ତୁ ଏବେ ସୋସିଆଲ ମିଡିଆରେ ଏକ ଏଭଳି ଛେଳିର ଭିଡିଓ ଭାଇରାଲ ହେବାରେ ଲାଗିଛି, ଯିଏ ଘାସ ନ ଖାଇ ମାଛ ଖାଉଛି ।
ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ବ୍ୟକ୍ତି ଛେଳିର ମୁହଁ ପାଖରେ ଏକ ଥାଳିଆରେ କିଛି ମାଛ ଥୋଇ ଦେଇଛନ୍ତି । ଦେଖିଲେ ଲାଗୁଛି ଯେପରି ଛେଳି ମାଛ ତକ ଖାଇବ ନାହିଁ, କାରଣ ସେ ଶାକାହାରୀ । କିନ୍ତୁ ଏହା ଆଶ୍ଚର୍ଯ୍ୟଜନକ ଯେ, ଛେଳିଟି ସବୁ ତକ ମାଛ ଛଟାପଟ ଖୁବ୍ ମଜାରେ ଖାଉଛି ।
ଇନ୍‌ଷ୍ଟାଗ୍ରାମରେ ଏହି ଭିଡିଓଟି ସେୟାର କରାଯାଇଛି । ସେୟାର ହେବା ପରେ ଲୋକମାନେ ଏଥିରେ ବହୁ ମଜାଳିଆ କମେଣ୍ଟ ଦେଇଛନ୍ତି ।

Leave a Reply

%d bloggers like this: