ଏମ୍ ଟିଭି ଲଭ୍ ସ୍କୁଲ ଫେମ୍ ଜଗନୁର ଅନେଜାଙ୍କ ପରଲୋକ

ଏମ୍ ଟିଭି ଲଭ୍ ସ୍କୁଲ ଫେମ୍ ଜଗନୁର ଅନେଜାଙ୍କ ପରଲୋକ


ମେଟ୍ରୋ ଟିଭି ବ୍ୟୁରୋ,୨୩/୯: ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ପରେ ଟେଲିଭିଜନ ଜଗତକୁ ଆଉ ଏକ ବଡ ଝଟ୍‌କା । ଏମ୍‌ଟିଭି ଲଭ୍ ସ୍କୁଲ ଫେମ ଜଗନୁର ଅନେଜା ହୃଦଘାତରେ ପ୍ରାଣ ହରାଇଛନ୍ତି । ଅନେଜା ଇଜିପ୍ଟରେ ଛୁଟି କଟାଇବାକୁ ଯାଇଥିବା ବେଳେ ହୃଦଘାତର ଶିକାର ହୋଇ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ଜଗନୁର ଅନେଜା କରନ କୁନ୍ଦ୍ରା ଓ ଅନୁଷା ଦାଣ୍ଡେକରଙ୍କ ଏମ୍‌ଟିଭି ଲଭ୍ ସ୍କୁଲ ସିଜିନ ୧ ଓ ୨ ରେ ସାମିଲ ହୋଇଥିଲେ । ସେ ତାଙ୍କର ପୂର୍ବତନ ପ୍ରେମିକା ମନୀଷାଙ୍କ ସହ ଶୋରେ ଅଂଶଗ୍ରହଣ କରିଥିଲେ । ପରେ ବିବାଦରେ ଛନ୍ଦି ହେବା ପରେ ସେମାନଙ୍କ ଯୋଡି ଭାଙ୍ଗିଯାଇଥିଲା ।
ମନୀଷାଙ୍କ ସହ ସମ୍ପର୍କ ଭାଙ୍ଗିବା ପରେ ସେ ଏକ ରିୟାଲିଟି ଶୋ ରେ ସୋନିଆଙ୍କ ନିକଟତର ହୋଇଥିଲେ । କିନ୍ତୁ ଏହି ସମ୍ପର୍କ ମଧ୍ୟ ବେଶୀ ଦିନ ଯାଇନଥିଲା । ପରେ ସେମାନେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ । ଅନେଜାଙ୍କ ଦେହାନ୍ତ ପରେ ସୋସିଆଲ ମିଡିଆରେ ଅନେକ ୟୁଜର ଦୁଃଖ ପ୍ରକାଶ କରିଛନ୍ତି ।

Leave a Reply

%d bloggers like this: