ଏଥରର ଦୀପାବଳି ହେବ ଖାସ୍‌, ‘ଏରିଏଲ ଡ୍ରୋନ ଶୋ’ ଦ୍ୱାରା ଆକାଶରେ ଦେଖିବାକୁ ମିଳିବ ପ୍ରଭୂ ଶ୍ରୀରାମଙ୍କ କାହାଣୀ

ଏଥରର ଦୀପାବଳି ହେବ ଖାସ୍‌, ‘ଏରିଏଲ ଡ୍ରୋନ ଶୋ’ ଦ୍ୱାରା ଆକାଶରେ ଦେଖିବାକୁ ମିଳିବ ପ୍ରଭୂ ଶ୍ରୀରାମଙ୍କ କାହାଣୀ


ମେଟ୍ରୋ ଟିଭି ବ୍ୟୁରୋ, ୨୩/୯: ଅଯୋଧ୍ୟାରେ ଚଳିତ ବର୍ଷ ଦିପାବଳୀ ରହିବ ଖାସ୍ । ୩ ନଭେମ୍ବରରେ ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥ ସରକାର ପ୍ରଥମ ଥର ପାଇଁ ଅଯୋଧ୍ୟାରେ ୫୦୦ଡ୍ରୋନ ସହାୟତାରେ ‘ଏରିଏଲ ଡ୍ରୋନ ଶୋ’ର ଯୋଜନା କରିଛନ୍ତି । ଅଯୋଧ୍ୟାରେ ୧୦ -୧୨ ମିନିଟର ସୁନ୍ଦର ବିମାନ ଶୋ’ ଜରିଆରେ ଆୟୋଜନକୁ ଆହୁରି ଭବ୍ୟ କରିବାର ବିଚାର କରାଯାଇଛି । ଏଭଳି ଏକ ପ୍ରଦର୍ଶନ ଟୋକିଓ ଅଲମ୍ପିକ୍ସରେ ଦେଖିବାକୁ ମିଳିଛି । ଯେଉଁଠି ଇନଟେଲ ପକ୍ଷରୁ ୧୮୨୪ ଡ୍ରୋନ ଆକାଶରେ ଛଡାଯିବ ।
ଏରିଏଲ ଡ୍ରୋନ ସୋ’ ସହିତ ଚଳିତ ବର୍ଷ ‘ରାମ କି ପାଏଡି’ ଭବନରେ ଥ୍ରୀ-ଡି ହୋଲୋଗ୍ରାଫିକ ସୋ, ଥ୍ରୀ-ଡି ପ୍ରୋଜେକ୍ସନ ମ୍ୟାପିଂ ଓ ଲେଜର ସୋ ମଧ୍ୟ ହେବ । ଏହି କାର୍ଯ୍ୟକ୍ରମଟି ଏରିଏଲ ଡ୍ରୋନ ସହିତ ମୋଟ ୩୫ ମିନିଟର ହେବ, ୮ମିନିଟର ଥ୍ରୀ-ଡି ହୋଲୋଗ୍ରାଫିକ ସୋ ଏବଂ ୧୦ ମିନିଟର ଥ୍ରୀ-ଡି ପ୍ରୋଜେକ୍ସନ ମ୍ୟାପିଂ ସୋ କୁ ନେଇ ଗଠିତ । କାର୍ଯ୍ୟକ୍ରମ ପୂର୍ବରୁ ଏହି ସମସ୍ତ ଆୟୋଜନର ଟ୍ରାଏଲ କରାଯିବ ।

Leave a Reply

%d bloggers like this: