୧୦୦ ବର୍ଷ ବୟସ୍କ ବୃଦ୍ଧ ଉଡାଇଲେ ବିମାନ

୧୦୦ ବର୍ଷ ବୟସ୍କ ବୃଦ୍ଧ ଉଡାଇଲେ ବିମାନ


ମେଟ୍ରୋ ଟିଭି ବ୍ୟୁରୋ, ୨୨/୯: ଶହେ ବର୍ଷ ବୟସରେ ବିମାନ ଚାଳନା । ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାର ବାସିନ୍ଦା ରାମୁଡୁ ରୋଂଗାଳା ଙ୍କ ନାଁରେ ଏକ ବିରଳ ରେକର୍ଡ ସାମିଲ ହୋଇଛି । ବିମାନରେ କୋ-ପାଇଲଟଙ୍କ ସହ ବିମାନ ଚଳାଇଛନ୍ତି ଏହି ଶତାୟୁ ବୃଦ୍ଧ ।
୧୯୨୧, ଜାନୁଆରୀ ୯ରେ ଜନ୍ମିତ ରାମୁଡୁ ଜଣେ ସ୍ୱାଧୀନତା ସଂଗ୍ରାମୀ । ନାତି-ନାତୁଣୀଙ୍କୁ ଭେଟିବା ପାଇଁ ସେ ଗତ ୮ ତାରିଖରେ ବେଙ୍ଗାଲୁରୁରେ ପହଞ୍ଚିଥିଲେ । କିନ୍ତୁ ପରିବାର ଲୋକେ ତାଙ୍କ ପାଇଁ ଏକ ସରପ୍ରାଇଜ୍ ରଖିଥିଲେ । ୧୦୦ ବର୍ଷୀୟ ରାମୁଡୁ ଦିନକ ପାଇଁ ସହ-ପାଇଲଟ୍ ହୋଇଛନ୍ତି । ସେ ବେଙ୍ଗାଲୁରୁରେ ଫ୍ଲାଇଟ୍ ଇନଷ୍ଟ୍ରକ୍ଟର ଆଡ୍ରେ ମବେନଙ୍କ ସହ ବିମାନ ଉଡାଇଛନ୍ତି ।
ରାମୁଡୁ ବେଙ୍ଗାଲୁରୁ ଆସିବା ପୂର୍ବରୁ ରାଜାମୁନ୍ଦରୀ ବିମାନବନ୍ଦରରୁ ଚେନ୍ନାଇ ଯାଇଥିଲେ । ସେଠାରେ କିଛି କାମ ଶେଷ କରି ବିମାନ ଯୋଗେ ବେଙ୍ଗାଲୁରୁ ଆସିଥିଲେ । ରାମୁଡୁ ଜକ୍କୁର ବିମାନବନ୍ଦରରୁ ବିମାନ ଉଡାଇଛନ୍ତି । ଏହା ଏକ ଛୋଟ ୭୦୨ ବିମାନ ଥିଲା, ଯେଇଁଥିରେ କେବଳ ପାଇଲଟ ଏବଂ ସହ-ପାଇଲଟ୍ ବସିପାରିବେ । ବିମାନ ପରାମର୍ଶଦାତା ଆଡ୍ରେ କହିଛନ୍ତି, ରାମୁଡୁ ଖୁବ୍ ଉତ୍ସାହର ସହ ତାଙ୍କ ପାଖକୁ ଆସିଥିଲେ ଏବଂ ସହଜରେ ବିମାନରେ ଚଢିଗଲେ । ସେ ନିଜ କ୍ୟାରିଅରରେ କେବେ ଏତେ ବୟସ୍କ ବ୍ୟକ୍ତିଙ୍କୁ ଉଡାଣ ଭରିବା ପାଇଁ ଏତେ ଉତ୍ସାହିତ ଓ ସାହସୀ ଦେଖିନାହାନ୍ତି । ରାମୁଡୁ ସମସ୍ତଙ୍କ ପାଇଁ ପ୍ରେରଣା ।

Leave a Reply

%d bloggers like this: