ମୋଦୀଙ୍କ ୫ଦିନିଆ ଆମେରିକା ଗସ୍ତ

ମୋଦୀଙ୍କ ୫ଦିନିଆ ଆମେରିକା ଗସ୍ତ


ମେଟ୍ରୋ ଟିଭି ବ୍ୟୁରୋ, ୨୨/୯: ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୨୪ ତାରିଖରେ ହେବ ମୋଦୀ – ବାଇଡେନ ଭେଟଘାଟ । ଦ୍ୱିପାକ୍ଷିକ ବୈଠକରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ୨୫ ତାରିଖରେ ଜାତିସଂଘର ୭୬ ତମ ସାଧାରଣ ପରିଷଦ ବୈଠକକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । କୋଭିଡ ପାଇଁ ପୂରା ବିଶ୍ୱ ଅସ୍ତବ୍ୟସ୍ତ ଥବା ବେଳେ ଭାରତର ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଟିକା କୁଟନୀତିରେ ଭାରତର ସ୍ଥାନ ନିରୂପଣ କରିବ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ । ବାଣିଜ୍ୟ ଓ ବିନିଯୋଗ, ସୁରକ୍ଷା ସ୍ଥିତି ଓ ଆଫଗାନ ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ବାଇଡେନ ରଷ୍ଟ୍ରପତି ହେବାପରେ ପ୍ରଥମ ଥର ଆମେରିକା ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଉଭୟଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ । ମୁଖ୍ୟ ପ୍ରସଙ୍ଗ ରହିବ ଆତଙ୍କବାଦ ମୁକାବିଲା । ଖାଲି ବାଇଡେନ ନୁହନ୍ତି, ଆମେରିକା ଉପରାଷ୍ଟ୍ରପତି କମଳା ହ୍ୟାରିସ ମଧ୍ୟ ମୋଦିଙ୍କୁ ସାକ୍ଷାତ କରିବେ । ଭାରତ ଓ ଆମେରିକା ମଧ୍ୟରେ ସୃଷ୍ଟି ହୋଇଥିବା ସୁସମ୍ପର୍କକୁ ଅଧିକ ମଜବୁତ କରିବା ପାଇଁ ଏପରି ଦ୍ୱିପାକ୍ଷିକ ବୈଠକ ଆୟୋଜନ କରାଯାଇଛି । ଏଥିରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ । ମୋଦି ୨୦୧୯ରେ ଶେଷଥର ପାଇଁ ଆମେରିକା ଗସ୍ତ କରିଥିଲେ ।

Leave a Reply

%d bloggers like this: