ମୁଖ୍ୟ ସୂଚନା କମିସନର ହେବେ ଜଳଦ ତ୍ରିପାଠୀ

ମୁଖ୍ୟ ସୂଚନା କମିସନର ହେବେ ଜଳଦ ତ୍ରିପାଠୀ


ମେଟ୍ରୋ ଟିଭି ବ୍ୟୁରୋ, ୨୨/୯: ତାମିଲନାଡୁର ପୂର୍ବତନ ପୁଲିସ ଡିଜି ଜଳଦ କୁମାର ତ୍ରିପାଠୀ ରାଜ୍ୟର ମୁଖ୍ୟ ସୂଚନା କମିସନର ହେବେ ବୋଲି ଜଣାପଡିଛି । ଆଜି ମୁଖ୍ୟୂମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଭର୍ଚୁଆଲ ବୈଠକରେ ଶ୍ରୀ ତ୍ରିପାଠୀଙ୍କ ନାମ ଚୂଡାନ୍ତ ହେବା ପରେ ରାଜ୍ୟପାଳଙ୍କ ଅନୁମୋଦନ ନିମନ୍ତେ ପଠାଯାଇଥିବା ସୂଚନା ମିଳିିଛି । ରାଜ୍ୟପାଳଙ୍କ ଅନୁମୋଦନ ପରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ।
ମୁଖ୍ୟ ସୂଚନା କମିସନର ସୁନିଲ ମିଶ୍ର ଗତ ମାସ ୧୫ ତାରିଖରେ ଅବସର ନେବା ପରେ ଏହି ପଦବି ଖାଲି ପଡିଥିଲା । ଏଥିପାଇଁ ଜୁଲାଇ ୩୧ରେ ଆବେଦନ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ଏଥିରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏବଂ ଆଇନ ମନ୍ତ୍ରୀ ପ୍ରତାପ ଜେନା ଭର୍ଚୁଆଲ ମୋଡରେ ଯୋଗଦେଇଥିଲେ । ବୈଠକରେ ତାମିଲନାଡୁ କ୍ୟାଡରର ପୂର୍ବତନ ଆଇପିଏସ ଅଫିସର ତଥା ଓଡିଆ ପୁଅ ଜଳଦ କୁମାର ତ୍ରିପାଠୀଙ୍କ ନାମ ଚୂଡାନ୍ତ ହୋଇଥିଲା ।

Leave a Reply

%d bloggers like this: