ନିର୍ବାଚନରେ ବିଜୟୀ କାନ୍ନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ୍ୟୁଙ୍କୁ ଅଭିନନ୍ଦନ ଜଣାଇଲେ ମୋଦି

ନିର୍ବାଚନରେ ବିଜୟୀ କାନ୍ନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ୍ୟୁଙ୍କୁ ଅଭିନନ୍ଦନ ଜଣାଇଲେ ମୋଦି


ମେଟ୍ରୋ ଟିଭ ବ୍ୟୁରୋ,୨୨/୯: ନିର୍ବାଚନରେ ବିଜୟୀ ହୋଇଥିବାରୁ କାନ୍ନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡ୍ୟୁଙ୍କୁ ଅଭିନନ୍ଦନ ଜଣାଇବା ସହ ଭାରତ-କାନାଡା ସମ୍ପର୍କ ଆହୁରି ନିବିଡ଼ ହେବ ବୋଲି ଆଶା କରୁଥିବା କଥା ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।
ଟୁଇଟ୍ କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, ନିର୍ବାଚନରେ ବିଜୟଲାଭ କରିଥିବାରୁ ଆପଣଙ୍କୁ ଅଭିନନ୍ଦନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡ୍ୟୁ! ଭାରତ-କାନ୍ନାଡା ସମ୍ପର୍କକୁ ଆହୁରି ନିବିଡ଼ ତଥା ବୈଶ୍ୱିକ ଓ ବହୁପାକ୍ଷିକ ସମସ୍ୟାରେ ଆମର ସହଯୋଗ ଦିଗରେ କାର୍ଯ୍ୟ ଜାରି ରହିବ ବୋଲି ମୁଁ ଆଶା କରୁଛି।
ଏହାକୁ ମିଶାଇ କ୍ୟୁବେକ୍ର ପାପିନ୍ୟୁ ନିର୍ବାଚନ ମଣ୍ଡଳୀରୁ ଜୟଯୁକ୍ତ ହୋଇଥିବା ‘ଲିବେରାଲ୍ ପାର୍ଟି’ର ୪୯ ବର୍ଷୀୟ ଜଷ୍ଟିନ୍ ଟ୍ରୁଡ୍ୟୁ ୬ ବର୍ଷରୁ କମ୍ ସମୟ ମଧ୍ୟରେ ତୃତୀୟ ଥର ଲାଗି କାନ୍ନାଡାର ପ୍ରଧାନମନ୍ତ୍ରୀ ଭାବେ କ୍ଷମତାସୀନ ହୋଇଛନ୍ତି। ଏଥିରେ ‘ଲିବେରାଲ୍‌ପାର୍ଟି’ ସମୁଦାୟ ୧୮୪ଟି ଆସନରେ ବିଜୟୀ ହୋଇ ସଂଖ୍ୟାଗରିଷ୍ଠତା ହାସଲ କରିଛି।
ସୂଚନାଯୋଗ୍ୟ, ଏହି କାନଡୀୟ ସଂସଦୀୟ ନିର୍ବାଚନରେ ‘ଏନ୍‌ଡିପି’ର ନେତା ଜଗମୀତ୍ ସିଂହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ହରଜୀତ୍ ସାଜ୍ଜନ୍‌ଙ୍କ ସମେତ ୧୭ଜଣ ଭାରତୀୟ ବଂଶୋଦ୍ଭବ କାନଡୀୟ ବିଜୟୀ ହୋଇଛନ୍ତି।
କାନ୍ନାଡାରେ କରୋନାଭାଇରସ୍ ମହାମାରୀର ଚତୁର୍ଥ ଲହର ଚାଲିଥିବା ବେଳେ ଅନୁ‌ଷ୍ଠିତ ‌ଏହି ନିର୍ବାଚନ ଥିଲା ଦେଶର ଇତିହାସରେ ସବୁଠୁ ବ୍ୟୟବହୁଳ ନିର୍ବାଚନ । ଏଥିରେ ପ୍ରାୟ ୬୦୦ ନିୟୁତ କାନ୍ନଡୀୟ ଡଲାର୍ ବ୍ୟୟ ହୋଇଛି ।

Leave a Reply

%d bloggers like this: