ଇତିହାସ ରଚିଲେ ୮ବର୍ଷୀୟ ବାଳକ ଭୁବନ

ଇତିହାସ ରଚିଲେ ୮ବର୍ଷୀୟ ବାଳକ ଭୁବନ


ମେଟ୍ରୋ ଟିଭି ବ୍ୟୁରୋ, ୨୨/୯: ମାଉଣ୍ଟ ଏଲବ୍ରସରେ ତ୍ରିରଙ୍ଗା ଉଡାଇଲେ ୮ ବର୍ଷୀୟ ବାଳକ ଭୂବନ । ଏହାଦ୍ୱାରା ସେ ସବୁ ଠାରୁ ସର୍ବକନିଷ୍ଠ ବ୍ୟକ୍ତି ହେବାର ରେକର୍ଡ ନିଜ ନାମରେ କରିଛନ୍ତି । ଶିଖରରେ ପହଞ୍ଚି ଗର୍ବର ସହ ତ୍ରିରଙ୍ଗା ଉଡାଇଥିଲେ ଭୂବନ ।
ସୂଚନା ଅନୁଯାୟୀ, ଗନ୍ଧମ୍ ଭୂବନ ଜୟ ଆନ୍ଧ୍ରପ୍ରଦେଶର କୁରନୂଲ ବାସିନ୍ଦା । ସେ ୟୁରୋପୀୟ ମହାଦ୍ୱୀପ ର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲବ୍ରସ (୫,୬୪୨ମିଟର) ଆରୋହଣ କରିଛନ୍ତି । ମାଉଣ୍ଟ ଏଲବ୍ରସ ସେହି ୭ ଶିଖର ମଧ୍ୟରେ ଅନ୍ୟତମ । ଏହାର ଆରୋହଣ ଏତେ ଜଟିଳ ଯେ, ପର୍ବତାରୋହୀମାନଙ୍କୁ ଅତିଶୟ ଶାରୀରିକ ଚାପ ସାମ୍ନା କରିବାକୁ ପଡେ । ରୁରାଲ ଡେଭ୍ଲପମେଣ୍ଟ ଟ୍ରଷ୍ଟର କ୍ରୀଡା କୋଚ୍ ଶଙ୍କରାୟାଙ୍କଠାରୁ ତାଲିମ ପାଇଥିବା ଭୂବନ ନିଜ ଟିମ୍ ସହ ମାଉଣ୍ଟ ଏଲବ୍ରସ ଶୃଙ୍ଗ ବିଜୟୀ ହୋଇଛନ୍ତି । ଏହି ପ୍ରୟାସ ପାଇଁ ସେ ନିଜ ପିତା ଅନନ୍ତପୁର ଜିଲ୍ଲାପାଳ ଗନ୍ଧମ ସନ୍ଦ୍ରୁଡୁଙ୍କୁ ଦନ୍ୟବାଦ ଜଣାଇଛନ୍ତି । ତାଙ୍କ ପିତାଙ୍କ ଉତ୍ସାହ ଲାଗି ସେ ବିଜୟୀ ହୋଇଛନ୍ତି ବୋଲି ଭୂବନ କହିଛନ୍ତି । ଅଭିଭାବକମାନେ ସମର୍ଥନ କଲେ, ଅନେକ ପିଲା କୃତିତ୍ୱ ହାସଲ କରିପାରିବେ ବୋଲି ଭୂବନଙ୍କ ମତ ।

Leave a Reply

%d bloggers like this: