ହସ୍ପିଟାଲରେ ପହଞ୍ଚିବା ପରେ ଗାର୍ଡ ଠାରୁ ମାଡ ଖାଇଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ହସ୍ପିଟାଲରେ ପହଞ୍ଚିବା ପରେ ଗାର୍ଡ ଠାରୁ ମାଡ ଖାଇଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ହସ୍ପିଟାଲରେ ପହଞ୍ଚିବା ପରେ ଗାର୍ଡ ଠାରୁ ମାଡ ଖାଇଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ


ମେଟ୍ରୋ ଟିଭି ବ୍ୟୁରୋ ,୨୧/୯; କରୋନା କାଳରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଆକସନକୁ ଓହ୍ଲାଇଛନ୍ତି । ସେ ବାରମ୍ବାର ହସ୍ପିଟାଲ ଯାଇ ସେଠାର ସମସ୍ୟା ପଚାରି ବୁଝୁଥିଲେ ଯାହା ଏବେ ତାଙ୍କୁ ମହଙ୍ଗା ପଡିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି , ସଫଦରଜଙ୍ଗ ହସ୍ପିଟାଲ ର ଜଣେ ଗାର୍ଡ ତାଙ୍କୁ ବାଡିରେ ପିଟିଥିଲେ । ହସ୍ପିଟାଲରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ବେଳେ ସେ ଏହି ଘତଣାରୁ ପରଦା ହଟିଇଛନ୍ତି ।
ସେ କହିଛନ୍ତି , କିଛିଦିନ ପୂର୍ବେ ସେ ବେଶ ବଦଳାଇ ସଫଦରଜଙ୍ଗ ହସ୍ପିଟାଲରେ ପହଞ୍ଚିଥିଲେ । ସେଠାରେ ଅନେକ ପ୍ରକାର ଅବ୍ୟବସ୍ଥା ଦେଖିବାକୁ ମିଳିଲା । ଏପରିକି ହସ୍ପିଟାଲ ପରୋସରରେ ଜଣେ ବୃଦ୍ଧାଙ୍କୁ ଷ୍ଟ୍ରେଚର ଦେବାକୁ କେହି ନଥିଲେ । ଏହି ସମୟରେ ସେଠାରେ ଥିବା ଗାର୍ଡ ଜଣଙ୍କ ତାଙ୍କୁ ବାଡିରେ ପଟିଥିଲେ । ଏହାକୁ ନେଇ ସେ ପ୍ରଧାନମନ୍ତ୍ରୀ ଅବଗତ କରିଥିଲେ । ଗାର୍ଡଙ୍କୁ ନିଲମ୍ବନ କରାଯାଇଛି କି ନାହିଁ ମୋଦୀ ପଚାରିଥିଲେ । କିନ୍ତୁ ଜଣେ ବ୍ୟକ୍ତି ନୁହେଁ ବରଂ ବ୍ୟବସ୍ଥାକୁ ବଦଳାଇବା ସହ ଉନ୍ନତମାନର ହେବା ଆବଶ୍ୟକ ବୋଲି କହିଥିଲେ ମନସୁଖ । ତାଙ୍କର ଏହି କାହାଣୀ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave a Reply

%d bloggers like this: