ରୁଷ୍ ବିଶ୍ୱବିଦ୍ୟାଳୟରେ ଅଭାବନୀୟ ଘଟଣା , ଛାତ୍ରର ଗୁଳିକାଣ୍ଡରେ ୮ମୃତ

ରୁଷ୍ ବିଶ୍ୱବିଦ୍ୟାଳୟରେ ଅଭାବନୀୟ ଘଟଣା , ଛାତ୍ରର ଗୁଳିକାଣ୍ଡରେ ୮ମୃତ

ରୁଷ୍ ବିଶ୍ୱବିଦ୍ୟାଳୟରେ ଅଭାବନୀୟ ଘଟଣା , ଛାତ୍ରର ଗୁଳିକାଣ୍ଡରେ ୮ମୃତ


ମେଟ୍ରୋ ଟିଭି ବ୍ୟୁରୋ ,୨୧/୯; ରୁଷର ବିଶ୍ୱବିଦ୍ୟାଳୟରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ଅଜ୍ଞାତ ବ୍ୟକ୍ତିର ଆଖିବୁଜା ଗୁଳି ବିନିମୟ ଦ୍ୱାରା ସମଗ୍ର ବିଶ୍ୱବିଦ୍ୟାଳୟରେ ଆତଙ୍କ ଖେଳିଯାଇଛି । ପମ ର୍ଷ୍ଟେଟ ୟୁନିଭରସିଟିରେ ଏହି ସୁଟରଟିର ଗୁଳିକାଣ୍ଡରେ ୮ ଜଣଙ୍କର ମୃତ୍ୟୁ ଓ ୬ ଜଣ ଆହତ ହେଇଥିବା ସ୍ଥାନୀୟ ଗଣମାଧ୍ୟମ ସୂଚନା ଦେଇଛି । ଗୁଳି ଚଳାଇଥିବା ବନ୍ଧୁକଧାରୀକୁ ରୁଷ ସୁରକ୍ଷାବଳ ହତ୍ୟା କରିଛି ।
ସ୍ଥାନୀୟ ପୋଲିସର ଅନୁସନ୍ଧାନ ମୁତାବକ ସୁଟର ମଧ୍ୟ ସେହି ବିଶ୍ୱବିଦ୍ୟାଳୟରେ ଅଧୟନ କରୁଥିଲା । ଆକ୍ରମଣକାରୀ ଠାରୁ ରକ୍ଷା ପାଇବା ପାଇଁ କିଛି ଛାତ୍ର ବିଶ୍ୱବିଦ୍ୟାଳୟର ଅଡିଟୋରିୟମରେ ପସି ନିଜକୁ ତାଲା ପକାଇ ଦେଇଥିଲେ ।
ସୂଚନା ଅନୁଯାୟୀ , ଅଭିଯୁକ୍ତ ଆକ୍ରମଣକାରୀ ଛାତ୍ର ଏକ ନୋଟ ଛାଡିଛି ଯେଉଁଥିରେ ଗୁଳି ବିନିମୟର କାରଣ ଅଛି କିନ୍ତୁ ସେଥିରେ କଣ ଲେଖା ଅଛି ତାହା ଜଣାପଡିନାହିଁ ।

Leave a Reply

%d bloggers like this: