ରହସ୍ୟମୟ ମନ୍ଦିର ଯେଉଁଠୁ ଭାସି ଆସେ ସଂଙ୍ଗୀତର ସ୍ୱର

ରହସ୍ୟମୟ ମନ୍ଦିର ଯେଉଁଠୁ ଭାସି ଆସେ ସଂଙ୍ଗୀତର ସ୍ୱର

ରହସ୍ୟମୟ ମନ୍ଦିର ଯେଉଁଠୁ ଭାସି ଆସେ ସଂଙ୍ଗୀତର ସ୍ୱର


ମେଟ୍ରୋ ଟିଭି ବ୍ୟୁରୋ ,୨୧/୯; ପୂଥିବୀରେ ଅନେକ ବିଚିତ୍ର ଓ ଆଶ୍ଚଯ୍ୟ ଘଟଣା ଦେଖିବାକୁ ମିଳିଥାଏ । ଯାହାର ବୌଜ୍ଞାନିକ କାରଣ ଖୋଜିବା କଷ୍ଟ ହୋଇ ପଡେ । ଏମିତି ଏକ ମନ୍ଦିର ଯେଉଁଠି ପଶିଲେ ଆପଣ ମାନେ ଶୁଣି ପାରିବେ ମ୍ୟୁଜିକ । ଭାରତର କର୍ଣ୍ଣାଟକରେ ଥିବା ହମ୍ପିର ଏହି ବିରୁପାକ୍ଷ ମନ୍ଦିର ଯେଉଁଠାରେ ପୂଜିତ ଭଗବାନ ଶିବ । ପୁରାଣ ବର୍ଣ୍ଣିତ ହାମ୍ପି ସହର ଟି ରାମାୟଣ କାଳର କିଷ୍କିନ୍ଧା ନଗରୀ ଅଟେ । ପ୍ରାଚୀନ ମନ୍ଦିର ୟୁନେସ୍କୋର ବିଶ୍ୱ ଏøତିହ୍ୟ ତଥା ପର୍ଯ୍ୟଟନ କ୍ଷେତ୍ରରେ ସାମିଲ ଅଛି । ଭଗବାନ ବିରୁପାକ୍ଷ ଏବଂ ତାଙ୍କ ପତ୍ନୀ ଦେବୀ ପମ୍ପାଙ୍କୁ ସମର୍ପିତ ଥିବା ଏହି ମନ୍ଦିରର ବିଶେଷତ୍ୱ ହେଉଛି ଏଠାରେ ଥିବା ଶିବ ଲିଙ୍ଗ ଦକ୍ଷିଣ ଆଡକୁ ଢ଼ଳି ରହିଛି । ଧାର୍ମିକ ମାନ୍ୟତା ଅନୁଯାୟୀ ରାବଣ ଭଗବାନ ରାମଙ୍କଠୁ ଯୁଦ୍ଧରେ ଜିତିବା ପାଇଁ ପ୍ରଭୁ ଶିବଶଙ୍କରଙ୍କ ଆରଧାନା କରିଥିଲେ । ରାବଣ ଶିବଲିଙ୍ଗର ଭାର ସମ୍ଭାଳି ନପାରି ଭୂମିରେ ରଖିଦେଇଥିଲେ ଯାହା ମନ୍ଦିର କାନ୍ଥରେ ରଚିତ ଅଛି । ପୂର୍ବେ ଏଠାରେ ଭଗବାନ ବିଷ୍ଣୁଙ୍କ ନିବାସ ଥିଲା ପରେ ସେ କ୍ଷୀର ସାଗର ଫେରିଯାଇଥିଲେ । ଏହି ମନ୍ଦିର ୫୦୦ ବର୍ଷ ପୁରୁଣା ,ଯାହାର ଉଚ୍ଚତା ୫୦ ମିଟର ।
ସୂଚନା ଅନୁଯାୟୀ , ରାଜା ବିକ୍ରମାଦିତ୍ୟଙ୍କ ଦ୍ୱିତୀୟ ପତ୍ନୀ ରାଣୀ ଲୋକମାହଙ୍କ ନିର୍ଦ୍ଦେଶ କ୍ରମେ ତିଆରି ହୋଇଥିଲା । ରହସ୍ୟଜନକ କଥା ହେଉଛି ଏହି ମନ୍ଦିରରେ କିଛି ଖମ୍ବ ଅଛି ,ଯେଉଁଥିରୁ ସଙ୍ଗୀତ ବା ଗୀତର ଶଦ୍ଦ ଶୁଭିଥାଏ । ତେଣୁ କିଛି ଲୋକ ଏହାକୁ ମ୍ୟୁଜିକାଲ ପିଲର୍ସ ମଧ୍ୟ କହନ୍ତି । ଖମ୍ବରୁ କିପରି ଶଦ୍ଦ ଆସୁଛି ତାହା ଆଜି ବି ରହସ୍ୟ ।

Leave a Reply

%d bloggers like this: