୫ ଥର ଟିକା ନେଇ ସାରିଲେଣି ବିଜେପି ନେତା, ଆଉ ଥରେ ନେବାକୁ ସରିଛି ବୁକିଂ

୫ ଥର ଟିକା ନେଇ ସାରିଲେଣି ବିଜେପି ନେତା, ଆଉ ଥରେ ନେବାକୁ ସରିଛି ବୁକିଂ


ମେଟ୍ରୋ ଟିଭି ବ୍ୟୁରୋ, ୨୦/୯: ଉତ୍ତରପ୍ରଦେଶର ମେରଠ ସରଧନାର ବିଜେପି ନେତା ରାମପାଲ ସିଂ । ସେ ହିନ୍ଦୁ ଯୁବବାହିନୀର ନେତା ମଧ୍ୟ ଅଛନ୍ତି । ତାଙ୍କ ଟିକା ପ୍ରମାଣ ପତ୍ରକୁ ନେଇ ଏବେ ହଇବଇ ସୃଷ୍ଟି ହୋଇଛି । ସେ ନିକଟରେ ତାଙ୍କ ଟିକା ପ୍ରମାଣପତ୍ର ଡାଉନଲୋଡ କରିଛନ୍ତି । ଏହି ପ୍ରମାଣ ପତ୍ରରେ ସେ ୫ଥର ଟିକା ନେଇସାରିଥିବା ଉଲ୍ଲେଖ ରହିଛି । ଜଣେ ମଣିଷ କରୋନା ଟିକାର ଦୁଈଟି ଡୋଜ ନେଇପାରିବ । ଏନେଇ ସରକାର ଘୋଷଣା କରିଛନ୍ତି । କିନ୍ତୁ ବିଜେପି ନେତା ଜଣକ ୫ ଥର ଟିକା ନେଇସାରିଲେଣି । ତଥାପି ତାଙ୍କ ମନ ବୁଝୁନି । ସେ ଆଉ ଥରେ ଷଷ୍ଠଥର ଲାଗି ଟିକା ନେବାକୁ ମଧ୍ୟ ବୁକିଂ କରିସାରିଛନ୍ତି । ତାଙ୍କ ଟିକା ପ୍ରମାଣପତ୍ରରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ଏହାକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି ।
ତଦନ୍ତରୁ ଜଣାପଡିଛି ଯେ, ପ୍ରମାଣପତ୍ରରେ ଦିଆଯାଇଥିବା ତଥ୍ୟ ଭୁଲ୍ । ଏହି ମାମଲାରେ କିଛି ଷଡଯନ୍ତ୍ର ଅଛି ବୋଲି ବିଜେପି ନେତା କହିଛନ୍ତି । ସ୍ୱାସ୍ଥ୍ୟ ବିଭାଗରେ ଅବହେଳାକୁ ନେଇ ଅଭିଯୋଗ କରି ସେ ଏକ ମାମଲା ଦାୟର କରିଛନ୍ତି । ଏଥି ସହିତ ଏହି ଘଟଣାରେ ମଧ୍ୟ ତଦନ୍ତ ଆରମ୍ଭ ହୋଇଛି । ସୂଚନା ଅନୁଯାୟୀ, ମାର୍ଚ୍ଚ ୧୬ରେ ସେ ତାଙ୍କର ପ୍ରଥମ ଡୋଜ୍ ଏବଂ ମେ ୮ରେ ଦ୍ୱିତୀୟ ଡୋଜ୍ ନେଇଥିଲେ । ସାର୍ଟିପିକେଟ ଡାଉନଲୋଡ କରିବା ପରେ ଜଣାପଡିଥିଲା କି, ସେ ଟିକାର ୫ଟି ଡୋଜ୍ ନେଇସାରିଲେଣି । ଏହି ବିଜେପି ନେତା ଜଣକ ତୃତୀୟ ଏବଂ ଚତୁର୍ଥ ଡୋଜ ଟିକା ମେ ୧୫ରେ ନେଇଥିଲେ । ପଞ୍ଚମ ଡୋଜ୍ ଟିକା ସେପ୍ଟେମ୍ବର ୧୫ରେ ନେଇଥିଲେ । ଏବେ ଷଷ୍ଠ ଡୋଜ୍ ନେବା ପାଇଁ ସ୍ଲଟ୍ ବୁକିଂ ୨୦୨୧ ରୁ ଜାନୁଆରୀ ୨୦୨୨ ରେ ହୋଇଥିବା ପମାଣପତ୍ରରେ ଉଲ୍ଲେଖ ରହିଛି ।

Leave a Reply

%d bloggers like this: