ମୃତକଙ୍କ ରକ୍ତରେ ହତ୍ୟ।କାରୀ ଲେଖିଲେ ପରବର୍ତ୍ତୀ ଟାର୍ଗେଟର ନାଁ

ମୃତକଙ୍କ ରକ୍ତରେ ହତ୍ୟ।କାରୀ ଲେଖିଲେ ପରବର୍ତ୍ତୀ ଟାର୍ଗେଟର ନାଁ


ମେଟ୍ରୋ ଟିଭି ବ୍ୟୁରୋ,୨୦/୯: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚିଙ୍ଗୁଡିଘାଇ ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ରବିବାର ରାତିରେ ଶୋଇଥିବା ଅବସ୍ଥାରେ ଅତି ନୃଶଂସ ଭାବେ ମୁଣ୍ଡକୁ ଛେଚି ହତ୍ୟା କରାଯାଇଛି । ମୃତକ ଜଣଙ୍କ ନାମ ବିନାୟକ ପ୍ରଧାନ । ଖବର ପାଇ ପୁରୁଷୋତ୍ତମପୁର ଏସ୍‌ଡିଓ ଘଟଣାସ୍ଥଳକୁ ଯାଇ ମୃତଦେହ ଜବତ କରି ତଦନ୍ତ ଚଲାଇଛନ୍ତି । ଏହି ହତ୍ୟାକାଣ୍ଡ ପୂର୍ବଶତ୍ରୁତା ଓ ମଦ ବେପାରକୁ କେନ୍ଦ୍ରକରି ଘଟିଥିବା ଏବଂ ହତ୍ୟାକାଣ୍ଡର ସ୍ଥିତିରୁ ଏଥିରେ ଏକାଧିକ ବ୍ୟକ୍ତି ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି । ହତ୍ୟା କରିବା ପରେ ହତ୍ୟାକାରୀ ମୃତ ବ୍ୟକ୍ତିଙ୍କ ରକ୍ତରେ ନେକ୍ସଟ୍ ଟାର୍ଗେଟଙ୍କ ନାଁ ଲେଖିଁଛନ୍ତି । ଟାର୍ଗେଟରେ ଲେଖାଯାଇଥିବା ଯୁବକ ଜଣକ ସୁରଟରେ ରହୁଥିବା ବେଳେ ଗତ କିଛି ମାସ ହେଲା ସେ ଗ୍ରାମକୁ ଆସିଛନ୍ତି । ଏହି ଯୁବକଙ୍କୁ ହତ୍ୟାକାରୀ କେଉଁ କାରଣରୁ ଟାର୍ଗେଟ କରିଛନ୍ତି ଏ ନେଇ ପୁଲିସ ତଦନ୍ତ ଚଲାଇଛି ।
ଗ୍ରାମରେ ରବିବାର ରାତିରେ ଗୋଟିଏ ସାହିରେ ଗଣେଶ ମେଢରେ ଭୋଜି ଚାଲିଥିବା ବେଳେ ଅନ୍ୟ ଏକ ସାହିରେ ମେଢ ଭଷାଣି ଚାଲିଥିଲା । ମୃତ ବ୍ୟକ୍ତି ଜଣକ ଭୋଜିରେ ଖାଇ ସବୁଦିନ ପରି ଗ୍ରାମ ନିକଟସ୍ଥ ଏକ କୋଠାଘରକୁ ଯାଇ ବିଶ୍ରାମ କରୁଥିଲେ । ପ୍ରତ୍ୟେକ ଦିନ ସେଠାରେ ଗ୍ରାମର କିଛି ନା କିଛି ବ୍ୟକ୍ତି ବସାଉଠା କରନ୍ତି । ଘଟଣା ସମୟରେ ସମସ୍ତେ ଭୋଜି ଓ ଭସାଣିରେ ବ୍ୟସ୍ତ ରହିଥିବାରୁ କେହି କୋଠାଘରକୁ ଯାଇନଥିଲେ । ଏହାର ସୁଯୋଗ ନେଇ ହତ୍ୟାକାରୀ ଏଭଳି କାଣ୍ଡ ଭିଆଇଛନ୍ତି । ରାତି ୧୨ଟାରେ ଭୋଜିରେ ବ୍ୟବହୃତ ହଣ୍ଡା ସଫା କରିବାକୁ କୋଟାଘର ନିକଟସ୍ଥ ପୋଖରୀକୁ ଯାଇଥିବା ଲୋକେ ଏହା ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି ।

Leave a Reply

%d bloggers like this: