ଫେସବୁକ ଚାଟିଂ ପଡିଲା ମହଙ୍ଗା

ଫେସବୁକ ଚାଟିଂ ପଡିଲା ମହଙ୍ଗା


ମେଟ୍ରୋ ଟିଭି ବ୍ୟୁରୋ,୨୦/୯: ଫେସବୁକ୍ ଚାଟିଂ ହେଲା କାଳ । ସ୍ୱାମୀଙ୍କ ଆକ୍ରୋସର ଶିକାର ହେଲେ ମହିଳା । ପତ୍ନୀଙ୍କୁ ଫେସବୁକରେ ଚାଟିଂ ଥିଲା ପସନ୍ଦ । ତେନୁ ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରି ତଣ୍ଟି ଚିପି ମାରିଦେଲା ସ୍ୱାମୀ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର ହୁଗୁଲି ଜିଲ୍ଲାରେ । ଫେସବୁକ ଚାଟିଂକୁ ନେଇ ଦମ୍ପତ୍ତିଙ୍କ ମଧ୍ୟରେ ବିବାଦ ଏତେ ବଢିଗଲା ଯେ, ତାହାର ଏକ କରୁଣ ପରିଣତି ଦେଖିବାକୁ ମିଳିଲା ।
ଘଟଣା ଅନୁସାରେ, ହୁଗୁଲି ଜିଲ୍ଲାର ଚନ୍ଦନନଗର ପୋଲିସ କମିସନରେଟ୍ ଅଞ୍ଚଳରେ ରହୁଥିବା ରିଣ୍ଟୁ ଦାସ ନିଜ ପତ୍ନୀ ପଲ୍ଲବୀ ଦାସଙ୍କ ଗଳା ଚିପି ହତ୍ୟା କରିଛନ୍ତି । ପଲ୍ଲବୀ ସବୁବେଳେ ଫେସବୁକ ଚାଟିଂ ରେ ବ୍ୟସ୍ତ ରହୁଥିଲେ । ପଲ୍ଲବୀ ଫେସବୁକରେ ପୁରୁଷ ବନ୍ଧୁ ବନେଇ ତାଙ୍କ ସହ ଚାଟ୍ କରୁଥିବା ସ୍ୱାମୀ ସନ୍ଦେହ କରୁଥିଲେ । ତେଣୁ ସେ ପତ୍ନୀଙ୍କ ଗଳା ଚିପି ହତ୍ୟା କରିଥଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲକୁ ପଠାଇଛି । ଅଭିଯୁକ୍ତ ରିଣ୍ଟୁଙ୍କ ମା ଙ୍କ କହିବାନୁଯାୟୀ, ବହୂ ପଲ୍ଲବୀ ସବୁବେଳେ ଫେସବୁକ ଚାଟିଂ ରେ ବ୍ୟସ୍ତ ରହୁଥିଲେ । ତେଣୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ମାରପିଟ ଲାଗୁଥିଲା । ପୋଲିସ ରିଣ୍ଟୁଙ୍କୁ ଆଇପିସି ଧାରା ୩୦୨ ଏବଂ ୪୯୮ ଏ ଅଧୀନରେ ଗିରଫ କରିଛି । ଆଉ ଘଟଣାର ତଦନ୍ତ ଚଳାଇଛି ।

Leave a Reply

%d bloggers like this: