ପିତା-ମାତା ଙ୍କ ବିରୋଧରେ ଅଭିଯୋଗ ଆଣିଲେ ଅଭିନେତା ବିଜୟ

ପିତା-ମାତା ଙ୍କ ବିରୋଧରେ ଅଭିଯୋଗ ଆଣିଲେ ଅଭିନେତା ବିଜୟ


ମେଟ୍ରୋ ଟିଭି ବ୍ୟୁରୋ, ୨୦/୯: ପପୁଲାର ସାଉଥ ଅଭିନେତା ବିଜୟ ଥଲାପତି ତାଙ୍କ ଫିଲ୍ମ ଏବଂ ଷ୍ଟାଇଲକୁ ନେଇ ବହୁ ଚର୍ଚ୍ଚାରେ ରୁହନ୍ତି । କିନ୍ତୁ ବର୍ତ୍ତମାନ ସେ ଏକ ଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ଅଛନ୍ତି । ବିଜୟ ନିଜ ବାପା-ମା ଙ୍କ ବିରୋଧରେ ମାଡ୍ରାସ ହାଇକୋର୍ଟରେ ଅଭିଯୋଗ କରିଥିବା ଜଣାପଡିଡଛି । ସୂଚନାରୁ ଜଣାପଡିଛି ଯେ, ସେ ବାପା-ମା ଙ୍କ ସମେତ ସମୁଦାୟ ୧୧ ଜଣଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ବିଜୟଙ୍କ ବାପା ଏସ.କେ ଚନ୍ଦ୍ରଶେଖର ଜଣେ ନିର୍ଦ୍ଦେଶକ ଅଟନ୍ତି । ସେ କିଛି ସମୟ ପୂର୍ବରୁ ଏକ ରାଜନୈତିକ ଦଳ ଆରମ୍ଭ କରିଥିଲେ , ଯାହାର ନାମ ଥିଲା ଅଲ ଈଣ୍ଡିଆ ଥଲାପତି ବିଜୟ ମକ୍କଲ ଇୟକ୍କମ । ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ ହୋଇଥିବା ଦଲିଲରୁ ଜଣାପଡିଛି ଯେ, ବିଜୟଙ୍କ ବାପା ଏହି ନିର୍ବାଚନ ଦଳର ସାଧାରଣ ସମ୍ପାଦକ ଭାବରେ ନାମିତ ହୋଇଥିବାବେଳେ ତାଙ୍କ ମାତା ଶୋଭା ଚନ୍ଦ୍ରଶେଖର ଏହାର କୋଷାଧ୍ୟକ ଅଟନ୍ତି ।
ବିଜୟ ଏକ ବିବୃତ୍ତିରେ କହିଥିଲେ, ତାଙ୍କର ଏହି ନିର୍ବାଚନ ଦଳ ସହ କୌଣସି ସମ୍ପର୍କ ନାହିଁ । କୁହାଯାଉଛି ଯେ, ବିଜୟ ନିଜର ନାମ ପାଇଁ ଏହି ପାଟିରେ ଯୋଗ ଦେଉନାହାନ୍ତି ବୋଲି ପଶଂସକଙ୍କୁ ନିବେଦନ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତ, ଯଦି କେହି ତାଙ୍କ ନାମ, ତାଙ୍କ ଇମେଜ କିମ୍ବା ତାଙ୍କ ଫ୍ୟାନ କ୍ଲବ ବ୍ୟବହାର କରନ୍ତି ତେବେ ସେ ତାଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନେବେ । ବିଜୟ ଅନେକ ବଡ କମ୍ପାନୀ ପାଇଁ ବିଜ୍ଞାପନ କରନ୍ତି । ଆକଳନ କରାଯାଇଛି ଯେ, ପ୍ରତିବର୍ଷ ସେ ବିଜ୍ଞାପନରୁ ୧୦ କୋଟି ରୋଜଗାର କରନ୍ତି ।

Leave a Reply

%d bloggers like this: